ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ନୂଆଦିଲ୍ଲୀ : ଆମେରିକାର କେଣ୍ଟୁକିରେ ହିନ୍ଦୁ ମନ୍ଦିର ଭିତରେ ଭଙ୍ଗାରୁଜା । ଏଠାକାର ଲୁଇସ୍‌ବିଲ୍‌ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ଠାକୁରଙ୍କ ମୂର୍ତ୍ତି ଉପରେ କଳା ରଙ୍ଗ ଲଗାଇ ଦେଇଛନ୍ତି । ଏହା ସହିତ ମନ୍ଦିର କାନ୍ଥରେ ଲେଖିଛନ୍ତି ‘ଯୀଶୁଖ୍ରୀଷ୍ଟ ହେଉଛନ୍ତି ଏକମାତ୍ର ଈଶ୍ୱର’ । ତେବେ ମନ୍ଦିର ଆଲମାରୀରୁ ଲୁଟ୍‌ ହୋଇଥିବାରୁ ଏହା ଲୁଟେରାଙ୍କ କାମ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଘଟଣାକୁ ନେଇ ଏଠାରେ ରହୁଥିବା ଭାରତୀୟମାନେ ସ୍ତବଧ ହୋଇଯାଇଛନ୍ତି । କାରଣ ଏହି ଅଞ୍ଚଳରେ ଏଭଳି ଘଟଣା ପ୍ରଥମ । ସ୍ଥାନୀୟ ଆମେରିକୀୟ ମଧ୍ୟ ଘଟଣାର ନିନ୍ଦା କରିଛନ୍ତି । ସେପଟେ ପୋଲିସ୍‌ ଘଟଣାର ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.