ଶୋଇଥିବା ବେଳେ ଆଶ୍ରୟ ସ୍ଥଳରେ ଲାଗିଲା ନିଆଁ, ୨ ମୃତ

ଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ବସନ୍ତ ବିହାରରେ ରାତିରେ ଏକ ଘରେ ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ରାତି ୩.୩୦ ମିନିଟରେ ଏହି ଘଟଣା ଘଟିଛି । କୁଲି କ୍ୟାମ୍ପରେ ନିର୍ମାଣ ହୋଇଥିବା ଆଶ୍ରୟ ସ୍ଥଳରେ ୭ ଜଣ ଲୋକ ଶୋଇଥିଲେ । ଏହି ସମୟରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଦିଲ୍ଲୀ ଅଗ୍ନିଶମ ସେବା ଏବଂ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ ।

ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିଚୟ ମିଳିଛି । ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବସନ୍ତ ବିହାର ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଛୋଟ ଗଳି ହୋଇଥିବାରୁ ଦମକଳ ଗାଡ଼ି ଯିବାକୁ ବହୁତ ଅସୁବିଧା ହୋଇଛି । ପୋଲିସ ବିଏନଏସ ଧାରା ୨୮୭ ଏବଂ ୧୦୬ ଅଧିନରେ ନିଆଁ ଲାଗିବାର କାରଣ ଯାଞ୍ଚ କରୁଛି ।

Also Read : ମ୍ୟାରେଜ ପାର୍ଟିକୁ ଯାଉଥିବାବେଳେ ଘଟିଲା ଦୁର୍ଘଟଣା, ଚାଲିଗଲା ପରିବାରର ୬ ଜୀବନ