ଚିଲିକାରୁ ନିଜର ଯାତ୍ରା ଆରମ୍ଭ କଲେ ଗିନିଜ୍‌ ରେକର୍ଡଧାରୀ ବେଦାଙ୍ଗୀ କୁଲକର୍ଣ୍ଣି, ସାଇକେଲ୍‌ରେ ୨ ଥର କରିବେ ବିଶ୍ୱ ଭ୍ରମଣ

ଗିନିଜ୍‌ ରେକର୍ଡଧାରୀ ବେଦାଙ୍ଗୀ କୁଲକର୍ଣ୍ଣି, ମନାଲିରୁ ଲେହ ପର୍ଯ୍ୟନ୍ତ ସାଇକେଲ୍‌ ଚଳାଇ ଦ୍ରୁତତମ ମହିଳା ଭାବରେ ହାସଲ କରିଛନ୍ତି ବିଶ୍ୱ ରେକର୍ଡ । ଏହି ବିଶ୍ୱ ରେକର୍ଡଧାରୀ ଆଥ୍‌ଲେଟ ଜୁଲାଇ ୭ରେ ଆଇଏନ୍‌ଏସ୍‌ ଚିଲିକା ପରିଦର୍ଶନ କରିଥିଲେ । ବେଦାଙ୍ଗୀ କୁଲକର୍ଣ୍ଣୀ ସାଇକେଲରେ ଦୁଇ ଥର ବିଶ୍ୱ ଭ୍ରମଣ କରି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି ।

ଏଠାରେ ଏକ ମତ ବିନିମୟ ଅଧିବେଶନରେ ସେ ନିଜର ଅବିଶ୍ୱସନୀୟ ଯାତ୍ରାର ଅନୁଭୂତି ବର୍ଣ୍ଣନା କରି ଅନୁଶାସନ ଏବଂ ସାହସର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କର ଅଧ୍ୟବସାୟର କାହାଣୀକୁ ଦର୍ଶକ ପ୍ରଶଂସା କରିବା ସହ ଉତ୍ସାହ ମଧ୍ୟ ମିଳିଥିଲା ।

ଆଇଏନ୍‌ଏସ୍‌ ଚିଲିକାର କମାଣ୍ଡିଂ ଅଫିସର କମୋଡୋର୍‌ ଏନ୍‌ପି ପ୍ରଦୀପ ଜୁଲାଇ ୮ରେ ବେଦାଙ୍ଗୀଙ୍କ ସାଇକେଲ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଇଏନ୍‌ଏସ୍‌ ଚିଲିକାରୁ ସେ ଏହି ବୀରତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁଥିରେ ବେଦାଙ୍ଗୀ ୧୯ଟି ଦେଶରେ ସାଇକେଲ୍‌ ଚଳାଇବେ ।

ଆଇଏନ୍‌ଏସ୍‌ ଚିଲିକାରୁ ନିଜ ଯାତ୍ରାର ଶୁଭାରମ୍ଭ କରି ନଭେମ୍ବର ୨୪ରେ ସେ ଚିଲିକା ହ୍ରଦଠାରେ ଏହି ଉପଲବ୍ଧିକୁ ସମ୍ପନ୍ନ କରିବେ । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ବେଦାଙ୍ଗୀଙ୍କ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ପାଲଟିବ ।

You might also like