ଜଂଗଲଦସ୍ୟୁ ବିରାପ୍ପାନଙ୍କ ଝିଅ ବିଦ୍ୟା ବିରାପ୍ପାନ ତାମିଲନାଡ଼ୁ ଯୁବାମୋର୍ଚ୍ଚାର ଉପାଧ୍ୟକ୍ଷ ହେଲେ

ତାମିଲନାଡ଼ୁ ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ହେଲେ ଜଙ୍ଗଲ ଦସ୍ୟୁ ବିରା଼ପ୍ପାନଙ୍କ ଝିଅ ବିଦ୍ୟା ବିରପ୍ପାନ । ସୁଚନା ଦେବା ଯୋଗ୍ୟକି, ୨୯ ବର୍ଷୀୟ ବିଦ୍ୟା  ଆଇନ ସ୍ନାତକ କରିଛନ୍ତି । କୃଷ୍ଣ୍ଣଗିରି ଠାରେ ସେ ସ୍କୁଲ ମଧ୍ୟ ଚଳାଉଛନ୍ତି । କିଛି ମାସ ତଳେ ହିଁ ବିଦ୍ୟା ଜାତୀୟ ଦଳ ବିଜେପିରେ ଯୋଗ ଦେଇଥିଲେ । ତାମିଲନାଡ଼ୁରେ କ୍ଷମତା ହାସଲ ପାଇଁ ସଂଘର୍ଷ ଚାଲିଥିବା ବେଳେ ବିଦ୍ୟା ବିରପ୍ପାନଙ୍କ ବିଜେପିରେ ଯୋଗଦାନ ଫାଇଦା ହେବ ବୋଲି ଧରାଯାଉଛି । ସେପଟେ କିନ୍ତୁ ବିଦ୍ୟା ଏହାକୁ ଏକ ସାମାଜିକ କାର‌୍ୟ୍ୟ ଭାବେ ଗ୍ରହଣ କରିଥିବା ନେଇ ପ୍ରକାଶ କରିଛନ୍ତି । ବିଦ୍ୟାଙ୍କ ଅନୁଯାୟୀ, ସେ କୌଣସି ପ୍ରକାର ବିଶେଷ ଗୋଷ୍ଠୀ ସହିତ ଜଡିତ ନୁହନ୍ତି । ସେ କେବଳ ମାନବିକତା ଉପରେ ବିଶ୍ୱାସ ରଖିଥିବା କହିଛନ୍ତି । ବିଜେପି ତରଫରୁ ଏହି ନୂଆ ପଦବୀ ମିଳିଥିବା ନେଇ ବିଦ୍ୟା ନିଜ ଫେସବୁକ ପେଜରୁ ହିଁ ଜାଣି ପାରିଥିଲେ ଜ୍ଝ ଏବେ ବିଦ୍ୟା ଓ ତାଙ୍କ ପିତାଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି ।

ନିଜ ବୟାନରେ ବିଦ୍ୟା ପ୍ରକାଶ କରିଛନ୍ତିକି, ସେ ଜୀବନରେ ମାତ୍ର ଥରେ ହିଁ ନିଜ ପିତାଙ୍କୁ ଦେଖିଛନ୍ତି । କର୍ଣ୍ଣାଟକ ରାଜ୍ୟର ଗୋପିନାଥନ ଠାରେ ନିଜ ଜେଜେଙ୍କ ଗାଁରେ ଛୁଟି କାଟୁଥିବା ବେଳେ ହିଁ ସେ ନିଜ ପିତାଙ୍କ ସହ ଭେଟିଥିଲେ । ୧୯୯୦ରୁ ୨୦୦୦ ଦଶକରେ ଦକ୍ଷିଣ ଭାରତ ବିଶେଷ କରି ପଶ୍ଚିମ ଘାଟ ଅଂଚଳରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିବା ଓ ପୋଲିସ ମୁଣ୍ଡବ୍ୟଥାର କାରଣ ସାଜିଥିଲେ ଜଂଗଲଦସ୍ୟୁ ବିରପ୍ପାନ । ସେସମୟରେ ୧୫୦ ପୋଲିସ କର୍ମୀ ଓ ୧୦୦ ହାତୀଙ୍କ ହତ୍ୟାର ଅଭିଯୋଗ ତାଙ୍କ ଉପରେ ଥିଲା । ପରେ ୨୦୦୪ରେ ପୋଲିସ ସହ ସଂଘର୍ଷରେ ସେ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.