ପଣସ ଖରାପ ବାହାରିବାରୁ ପରିବାବାଲାକୁ ପିଟି ପିଟି ମାରି ଦେଲା ଗ୍ରାହକ, ସମସ୍ତେ ଦେଖୁଥିଲେ କିନ୍ତୁ କେହି ରୋକିଲେନି

ପଣସ ପାଇଁ ପରିବା ବାଲାକୁ ହତ୍ୟା। ଉତ୍ତର ପ୍ରଦେଶର ଗାଜିଆବାଦରେ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା। ଏଠାରେ ଜଣେ ବ୍ୟକ୍ତି ପରିବା ଖରାପ ବାହାରିବାରୁ ପରିବା ବାଲାକୁ ପିଟି ପିଟି ମାରି ଦେଇଛନ୍ତି। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ଅବସ୍ଥାରେ ପରିବାବାଲାକୁ ପରିବାର ଲୋକେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପୁଅର ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି। କୁହାଯାଉଛି ଯେ ଯେତେବେଳେ ସନ୍ଦୀପ ତ୍ୟାଗୀ ପରିବା ବାଲା ଅନୀଲ ସହ ମାରପିଟ୍‌ କରୁଥିଲା ସେତେବେଳେ ସେଠାରେ ଲୋକମାନେ ଠିଆ ହୋଇ ଏହି ଦୃଶ୍ୟ ଦେଖୁଥିଲେ। କିନ୍ତୁ କେହି ବି ଅନୀଲଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିଲେ ନାହିଁ।

କବି ନଗର ଥାନା ଅଞ୍ଚଳର ବାପୁ ଧାମ ସ୍ଥିତ ମୋରଟା ଗାଁରେ ଅନୀଲ କୁମାର (୩୮) ପରିବା ଠେଲା ଲଗାନ୍ତି। ଜୁନ୍‌ ୨୩ ସନ୍ଧ୍ୟାରେ ସନ୍ଦୀପ ନାମକ ଯୁବକ ଏକ ପଣସ କିଣିଥିଲେ। ପଣସ ଖରାପ ବାହାରିବାରୁ ସେ ରାଗରେ ପୁଣି ପରିବାବାଲା ପାଖକୁ ଆସିଥିଲେ ଓ ଗାଳିଗୁଲଜ କରିଥିଲେ। ତା’ପରେ ସେ ତାଙ୍କୁ ମାଡ଼ ବି ମାରିଥିଲେ। ପରିବାବାଲା କହିଥିଲେ- ଯଦି ପରିବା ଖରାପ ଅଛି ତେବେ ଭାଇ ତୁମେପଇସା ନେଇଯାଅ। କିନ୍ତୁ ସନ୍ଦୀପ କିଛି ବି ଶୁଣିନଥିଲେ। ସେ ଠେଲାରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ଷ୍ଟାଣ୍ଡ୍‌କୁ ଉଠାଇଥିଲେ ଓ ଅନୀଲଙ୍କ ମୁଣ୍ଡକୁ ବାରମ୍ବାର ପିଟିବାକୁ ଲାଗିଥିଲେ।


ପରିଜନଙ୍କ କହିବାନୁସାରେ, ସନ୍ଦୀପ ତ୍ୟାଗୀ ସେ ପର୍ଯ୍ୟନ୍ତ ଅନୀଲଙ୍କ ମୁଣ୍ଡକୁ ପିଟିଥିଲେ ଯେବେ ଯାଏଁ ସେ ବେହୋସ ହୋଇନଥିଲେ। ଅନୀଲ ବୋହୋସ ହୋଇ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ଅପରାହ୍ନରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ପରିବାର ଏବେ କେମିତି ଚଳିବ ସେ ଚିନ୍ତାରେ ଥିବା ତାଙ୍କ ପୁଅ କହିଛନ୍ତି।

Also Read: ଗାର୍ଲଫ୍ରେଣ୍ଡ୍‌କୁ ପାହାଡ଼ରୁ ଧକ୍କା ଦେଲା ପ୍ରେମିକ! ଉଚ୍ଚତାରୁ ଖସିବା ବେଳେ ଚିଲ୍ଲାଇ ଚିଲ୍ଲାଇ ଏମିତି କହିଲା ପ୍ରେମିକା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.