ଲକ୍‌ଡାଉନ୍‌ ଯୋଗୁ ଶାଗମାଛ ଦରରେ ବିକ୍ରି ହେଉଛି ପରିବା, ଟମାଟୋ କିଲୋ ଟଙ୍କେ

କରୋନା ଯୋଗୁ ଏବେ ସମସ୍ତଙ୍କ ବେପାର ମାନ୍ଦାରେ ଚାଲିଛି। ଲକ୍‌ଡାଉନ୍‌ ଯୋଗୁ ଗାଡ଼ିମଟର, ଦୋକାନ ବଜାର ସବୁ ବନ୍ଦ ରହିଛି। ଖାସ୍‌ କରି ବ୍ୟବସାୟୀ ଓ ଚାଷୀମାନେ ଏବେ କ୍ଷତିରେ ଚାଲିଛନ୍ତି। ଜମିରେ ପନିପରିବା ଭରି ରହିଥିବା ବେଳେ ବଜାରକୁ ନେବାକୁ ଗାଡ଼ି ନାହିଁ। ଏଣୁ ବାଧ୍ୟ ହୋଇ ନିକଟସ୍ଥ ବଜାରରେ କମ୍‌ ଦରରେ ଚାଷୀ ପରିବା ବିକ୍ରି କରୁଛନ୍ତି। ଲାଭ ନ ହେଲେ ନାହିଁ ପରିବା ତକ ହେଲେ ବିକ୍ରି ହୋଇଯାଉ ଚିନ୍ତା କରି ସେମାନେ ଏଭଳି କରୁଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ଏବେ ରାଜଧାନୀ ଦିଲ୍ଲୀର ଥୋକ ମଣ୍ଡିରେ ପରିବା ଦାମ୍‌ ଶସ୍ତା ହୋଇଛି। ଚଳିତମାସରେ ଟମାଟୋ, ପିଆଜ ସମେତ ଅନ୍ୟ ପନିପରିବା ଦର ଆଶାତୀତ ଭାବେ ହ୍ରାସ ପାଇଛି। ଏସିଆର ସବୁଠୁ ବଡ଼ ଫଳ ଓ ପନିପରିବା ମଣ୍ଡି ଦିଲ୍ଲୀସ୍ଥିତ ଆଜାଦପୁର ମଣ୍ଡିରେ ଟମାଟୋ କିଲୋ ଏକ ଟଙ୍କାରୁ ବି କମ୍‌ ରହିଛି। ଲକ୍‌ଡାଉନ୍‌ ଯୋଗୁ ଲୋକ ମଣ୍ଡିକୁ ପରିବା କିଣିବାକୁ ଯାଉନଥିବାରୁ ଦାମ୍‌ କମ୍‌ ହୋଇଥିବା ମଣ୍ଡିର ପରିବା ବିକ୍ରେତା ବିଜୟ ଆହୁଜା କହିଛନ୍ତି। ତେବେ ଏତେ କମ୍‌ ଦାମ୍‌ରେ ବିକ୍ରି ହେଉଥିଲେ ମଧ୍ୟ ଲୋକ କିଣିବାକୁ ଆସୁନାହାନ୍ତି ବୋଲି ସେ କହିଛନ୍ତି।

INDIAN FARMERS MARKET || Fresh Fruit and Vegetables || Selling and ...

ବିଜୟ ଆହୁଜା କହିଛନ୍ତି ଯେ କେବଳ ଟମାଟୋ ନୁହେଁ ଅନ୍ୟ ସବୁଜ ପନିପରିବାର ଦର ମଧ୍ୟ କମ୍‌ ରହିଛି। ବର୍ତ୍ତମାନ ମଣ୍ଡିରେ ପିଆଜର ଦାମ୍‌ କିଲୋ ପ୍ରତି ୨.୫୦ ଟଙ୍କା ରହିଥିବା ବେଳେ ଲକିର ଦାମ ୩ ଟଙ୍କା ରହିଛି। ସେହିପରି ଜହ୍ନି କିଲୋ ୬ଟଙ୍କା ରହିଥିବା ସେ କହିଛନ୍ତି। ଲକଡାଉନ୍‌ ଯୋଗୁ ପରିବା ବିକ୍ରି ନ ହୋଇ ପଚିଯାଉଛି। ଏଣୁ ବ୍ୟବସାୟୀମାନେ ଶାଗ ମାଛ ଦରରେ ପରିବା ବିକ୍ରି କରୁଥିବା କହିଛନ୍ତି।

Leave A Reply

Your email address will not be published.