ବ୍ରେକ୍‌ ଫେଲ ହୋଇ ନଦୀକୁ ଖସିଲା ITBP ବସ୍‌, ୬ ଯବାନ ସହିଦ

ଜମ୍ମୁ କାଶ୍ମୀର: ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆଇଟିବିପି ବସ୍‌ ନଦୀକୁ ଖସି ପଡ଼ିବାରୁ ୬ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ୩୨ ଜଣ ଗୁରୁତର ହୋଇଛନ୍ତି। ଏହି ଯବାନମାନେ ଅମରନାଥ ଯାତ୍ରା ଡ୍ୟୁଟିରେ ଥିଲେ। ଚନ୍ଦନବାରୀ ପହଲଗାମ୍‌ରେ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭାରତ-ତିବ୍ଦତ ପୋଲିସର ସୂଚନା ମୁତାବକ, ବସ୍‌ରେ ମୋଟ୍‌ ୩୯ ଜଣ ଯବାନ ଥିଲେ। ଏଥିରେ ୩୭ ଆଇଟିବିପି ଯବାନ ଓ ୨ ଜମ୍ମୁ-କଶ୍ମୀର ପୋଲିସ ଥିଲେ। ବସ୍‌ର ବ୍ରେକ୍‌ ଫେଲ୍‌ ହେବା ପରେ ତାହା ରାସ୍ତା କଡ଼ ନଦୀକୁ ଖସି ପଡ଼ିଥିଲା। ଏହି ଯବାନ ଚନ୍ଦନବାଡ଼ିରୁ ପହଲଗାମ୍‌ ଆଡ଼କୁ ଯାଉଥିଲେ।

ଖବର ପାଇଁ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବସ୍‌କୁ ଖାଇରୁ ଉଦ୍ଧାର କରିବା ସହ ମୃତ ଓ ଗୁରୁତର ଯବାନଙ୍କୁ ହସ୍ପିଟାଲ ପଠାଇଛନ୍ତି। ମୃତ ଯବାନଙ୍କ ଶବ ବ୍ୟବଚ୍ଛେଦ ପରେ ଆଇଟିବିପି ଟିମ୍‌କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Also Read: ପୁଅର ମୃତ୍ୟୁ ପରେ ପର ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିଲା ବୋହୂ, ହତ୍ୟା କରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ଶାଶୁ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.