ଆସାମରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ସହ ଧକ୍କା ହେଲା ତୀର୍ଥଯାତ୍ରୀ ଗାଡ଼ି; ୩ ମୃତ, ୧୪ ଆହତ

ଆସାମର ମୋରିଗାଓଁ ଜିଲ୍ଲାରେ ସୋମବାର ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ଏହି ଦୁର୍ଘଟଣା ମୋରିଗାଓଁ ଦେଇ ଯାଇଥିବା ଜାତୀୟ ରାଜପଥ ୩୭ରେ ଘଟିଛି।

ମିଳିଥିବା ସୂଚନା ମୁତାବକ, ସହରର ଧରମତୁଲ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ମୋରିଗାଓଁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି।

ପୋଲିସ ସୂଚନା ମୁତାବକ, ମୋଟ ୧୭ ଜଣ ତୀର୍ଥଯାତ୍ରୀ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ଦର୍ଶନ କରିବାକୁ ଯାଇଥିଲେ। ମକର ସଂକ୍ରାନ୍ତିରେ ଲୋହିତ ନଦୀରେ ବୁଡ଼ ପକାଇବା ପରେ ସମସ୍ତେ ଗୌହାଟୀ ଫେରୁଥିଲେ। ତେବେ ରାସ୍ତାରେ ହିଁ ସେମାନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.