ଦେଶ ବିଦେଶ

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ସେହିଠାରେ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରୁ ସବୁତକ ମାଛ ରାସ୍ତା ଉପରେ ଛିଟିକି ପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ, ଏହି ଗାଡ଼ି ପ୍ରତିବନ୍ଧିତ ଥାଇ ମାଗୁର ମାଛ ଲଦିକି ନେଉଥିଲା ।

ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇ ମାଛ ବୋହି ନେବାରେ ଲାଗିିଥିଲେ । ଖବର ପାଇ ପୋଲିସ ପହଞ୍ଚି ଦୁର୍ଘଟଣାର ଯାଞ୍ଚ କରିଥିଲା । ଅନ୍ୟ ପଟେ ଦୁର୍ଘଟଣା ପରର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ ରୁଣ୍ଡ ହୋଇ ମାଛ ଲୁଟି ନେଉଥିବାର ଦେଖାଯାଉଛି ।

ପୋଲିସ ଅନୁସାରେ, ଧନବାଦର ହାଓ୍ଵଡ଼ା-ନୂଆଦିଲ୍ଲୀ ଜାତୀୟ ରାଜପଥରେ ପ୍ରତିବନ୍ଧିତ ଥାଇ ମାଗୁର ମାଛ ବୋଝେଇ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ତୋପଚାଞ୍ଚି ଥାନା ଅଧୀନ ବଜାର ନିକଟରେ ଏହି ପିକ୍‌ଅପ ଭ୍ୟାନ୍‌ ଓଲଟି ପଡ଼ିଥିଲା । ଫଳରେ ଗାଡ଼ି ଭିତରେ ବୋଝେଇ ହୋଇ ରହିଥିବା ମାଛଗୁଡ଼ିକ ରାସ୍ତା ଉପରେ ଛିଟିକି ପଡ଼ିଥିଲା । ଖବର ଶୁଣି ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ମାଛ ଲୁଟିବାରେ ଲାଗିପଡ଼ିଥିଲେ । ଲୋକମାନେ ବଡ଼ ବଡ଼ ବ୍ୟାଗ୍‌ ଭର୍ତ୍ତି କରି ମାଛ ଘରକୁ ବୋହି ନେଇଥିଲେ ।

ଘଟଣା ବିଷୟରେ ତୋପଚାଞ୍ଚି ପୋଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ ଭ୍ୟାନ୍‌କୁ ଜବତ କରିଛି । ଅଧିକାରୀମାନେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି । ଏହି ଘଟଣା ବିଷୟରେ ଗାଡ଼ି ଚାଳକ ସୁବୋଧ କୁମାର କହିଛନ୍ତି ଯେ ଟାୟାର ଫାଟିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ଘଟଣାସ୍ଥଳରେ ହିଁ ଓଲଟି ପଡ଼ିଥିଲା । ଏହି ପିକ୍‌ଅପ ଭ୍ୟାନ୍‌ ମାଛ ବୋଝେଇ କରି ପଶ୍ଚିମବଙ୍ଗରୁ ବିହାରର ଔରଙ୍ଗାବାଦ ଯାଉଥିଲା ବୋଲି ପୋଲିସ କହିଛି ।

Roshni

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

27 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago