ଏବେ ପଲ୍ୟୁସନ୍ ଟେଷ୍ଟ ପାଇଁ ଦେବାକୁ ହେବ ଅଧିକ ୧୮ ପ୍ରତିଶତ ଫି, କାହିଁକି ?

ନୂଆଦିଲ୍ଲୀ : ଏଣିକି ପ୍ରଦୂଷଣ ଟେଷ୍ଟ ପାଇଁ ଅଧିକ ଅର୍ଥ ଦେବାକୁ ପଡ଼ିବ । କାରଣ ଏଥିରେ ବି ଜିଏସଟି ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ପ୍ରଦୂଷଣର ମାତ୍ରା ବଢୁଥିବାରୁ ଆଡଭାନ୍ସ ରୁଲିଂ ଅଥରିଟି (ଏଏଆର) ଏଭଳି ନିଷ୍ପତ୍ତି ନେଇଛନ୍ତି । ଦୈନିକ ଚଳାଚଳ କରୁଥିବା ଯାନବାହନ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ ଦରକାର ହୁଏ । ଏମାନେ ବିଭିନ୍ନ ଜାଗାରେ ବିଶେଷ କରି ରାସ୍ତା ପାର୍ଶ୍ବରେ ଥିବା ମୋବାଇଲ୍ ପ୍ରଦୂଷଣ ଟେଷ୍ଟିଂ କେନ୍ଦ୍ରକୁ ଯାଇ ପ୍ରମାଣପତ୍ର ପିୟୁସି ଆଣିଥାନ୍ତି । ବର୍ତ୍ତମାନ ପ୍ରଦୂଷଣ ପରୀକ୍ଷା ପାଇଁ ଯେତିକି ଟଙ୍କା ଗାଡ଼ି ମାଲିକମାନେ ଦେଉଛନ୍ତି ସେଥିରେ ଅଧିକ ୧୮ ପ୍ରତିଶତ ଜିଏସଟି ଯୋଡ଼ି ହୋଇଛି ।