ଲକ୍ଷେ ଟଙ୍କିଆ ନୋଟ ଛପାଇବାକୁ ଯାଉଛି ଏହି ଦେଶ, ଦର ବୃଦ୍ଧି କାରଣରୁ ସରକାର ନେଲେ ନିଷ୍ପତ୍ତି

ଦିନ ଥିଲା ବିଶ୍ୱର ଧନୀ ଦେଶ ମାନଙ୍କ ତାଲିକାରେ ପ୍ରଥମେ ଭେନେଜୁଏଲାର ନାଁ ଆସୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହି ଦେଶର ମୁଦ୍ରାସ୍ପିତି ଖୁବ କମି ଯାଇଛି । ଦେଶରେ ମହାଙ୍ଗାଇ ଏତେ ପରିମାଣରେ ବୃଦ୍ଧି ପାଇଛିଯେ, ମାତ୍ର ଗୋଟେ କପ ଚାହା କିମ୍ବା କଫି ପାଇଁ ଲୋକଙ୍କୁ ହଜାର ହଜାର ଟଙ୍କା ବ୍ୟୟ କରିବାକୁ ପଡୁଛି । ଦେଶର ଏପରି ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଭେନେଜୁଏଲା ସରକାର ପୁଣି ଥରେ ଏକ ବଡ ଆକାରର ନୋଟ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ଲୁମବର୍ଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଏହି ନୋଟ ଛପେଇବା ପାଇଁ ଅନ୍ୟ ଦେଶ ମାନଙ୍କରୁ ସିକ୍ୟୁରିଟି ପେପର ଆମଦାନୀ କରୁଛି ଭେନେଜୁଏଲା ।

venezuela

ଏଯାବତ ଇଟାଲିୟନ କମ୍ପାନୀ ଠାରୁ ୭୧ ଟନର ସିକ୍ୟୁରିଟି ପେପର ଆମଦାନୀ କରିସାରିଲେଣି । ଦେଶର କେନ୍ଦ୍ରୀୟ ବ୍ୟାଙ୍କ ୧ ଲକ୍ଷ ବୋଲିବର ମୂଲ୍ୟର ଏକ ନୋଟ ଜାରି କରିବାକୁ ଯାଉଛି । ଯାହାକି ଏବେ ପର୍ଯ୍ୟନ୍ତର ସବୁଠୁ ବଡ ମୂଲ୍ୟର ନୋଟ ହେବ । ଅବଶ୍ୟ ଏହି ଘଟଣା ଦେଶ ପାଇଁ ପ୍ରଥମ ନୁହେଁ । ଏହା ପୂର୍ବରୁ ୫୦ ହଜାର ଟଙ୍କିଆ ନୋଟ ଛପେଇ ଥିଲେ ଭେନେଜୁଏଲା ସରକାର । କିନ୍ତୁ ଏକ ଲକ୍ଷ ବୋଳିବର ନୋଟର ମୂଲ୍ୟ ମାତ୍ର ୦.୨୩ ଡ଼ଲାର ହିଁ ରହିବ । ଖବରରୁ ଜଣାଯାଇଛିଯେ, ଦେଶରେ ଆନୁମାନିକ ମୁଦ୍ରାସ୍ପିତି ୨୪୦୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି । ୨୦୧୭ ମସିହା ଠାରୁ ଏପରି ଜଟିଳ ପରିସ୍ଥିତି ଲାଗି ରହିଛି | ୪ ଅଙ୍କ ବିଶିଷ୍ଟ ମୁଦ୍ରାସ୍ପିତି କାରଣରୁ ହିଁ ଦେଶରେ ଜଟିଳ ସ୍ଥିତି ଜାରି ରହିଛି ।

ଦେଶରେ ଗରିବୀ ଏତେ ମାତ୍ରାରେ ବଢିଯାଇଛିଯେ, ପ୍ରାୟ ୩୦ ଲକ୍ଷରୁ ଅଧିକ ସଂଖ୍ୟକ ବାସିନ୍ଦା ଦେଶ ଛାଡି ବ୍ରାଜିଲ, ଚି଼ଲ୍ଲୀ, କଲମ୍ବିଆ, ଇକୁଏଡର, ପେରୁ ପରି ଦେଶକୁ ସ୍ଥାନାନ୍ତରିତ ହୋଇଥିଲେ । ଏମିତିକି ଚଳିତ ବର୍ଷ କରୋନା ମହାମାରୀ ଓ ତେଲରୁ ମିଳୁଥିବା ଆମଦାନୀରେ ହ୍ରାସ ପାଇଥିବାରୁ ଭେନେଜୁଏଲା ଅର୍ଥବ୍ୟବସ୍ଥା ୨୦ ପ୍ରତିଶତ ପର୍ଯ୍ୟନ୍ତ କମି ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.