ଦେଶର ମହିଳାଙ୍କୁ ଭେନେଜୁଏଲା ରାଷ୍ଟ୍ରପତିଙ୍କ ଅଜବ ଅପିଲ, ଅନ୍ତତଃ ୬ଟି ସନ୍ତାନଙ୍କୁ ଦିଅନ୍ତୁ ଜନ୍ମ

ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ୍‌ ମାଦୁରୋ ଏକ ବହୁତ ଅଦ୍ଭୁତ ବୟାନ ଦେଇଛନ୍ତି। ସେ ନିଜ ବୟାନରେ କହିଛନ୍ତି ନିଜ ଦେଶର ମହିଳାଙ୍କୁ ଅତି କମରେ ଛଅଟି ପିଲା ଜନ୍ମ କରିବାକୁ ଅପିଲ୍‌ କରିଛନ୍ତି। କୁହାଯାଉଛି ଯେ ଦେଶର ନିକଟ ବର୍ଷର ଆର୍ଥିକ ସଂକଟକୁ ଲକ୍ଷ୍ୟ କରି ଲକ୍ଷ ଲକ୍ଷ ଲୋକ ବିସ୍ତାପିତ ହୋଇଛନ୍ତି, ଯାହାକୁ ଲକ୍ଷ୍ୟ କରି ରାଷ୍ଟ୍ରପତି ମାଦୁରୋ ଦେଶକୁ ମଜବୁତ କରିବା ପାଇଁ ଏପରି କରିବା ପାଇଁ ଅପିଲ୍‌ କରିଛନ୍ତି।

Venezuelanମଦୁରୋ ଟିଭିରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ବୟାନରେ କହିଛନ୍ତି ଜନ୍ମର ବିଭିନ୍ନ ପଦ୍ଧତିର ପ୍ରଚାର କରିବା ପାଇଁ। ସେ କହିଛନ୍ତି ଇଶ୍ୱର ଆପଣଙ୍କ ଦେଶ ପାଇଁ ଛଅଟି କନ୍ୟା ଏବଂ ପୁତ୍ର ସନ୍ତାନ ଜନ୍ମ କରିବାର ଆଶିର୍ବାଦ କରନ୍ତୁ। ଜନ୍ମ କରନ୍ତୁ ଏବଂ ଆହୁରି ଜନ୍ମ କରନ୍ତୁ, ମହିଳାଙ୍କୁ ଛଅଟି ସନ୍ତାନ ହେବା ପର୍ଯ୍ୟନ୍ତ ଜନ୍ମ କରିବା ଉଚିତ। ଏମିତି ଭାବରେ ଦେଶର ଜନସଂଖ୍ୟା ବଢ଼ାନ୍ତୁ।

ମାଦୁରୋଙ୍କ ଏପରି ଟିପ୍ପଣୀ ଶୁଣି ଲୋକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଦେଶ ପୂର୍ବରୁ ହିଁ ଖାଦ୍ୟ, ପୋଷାକ ଏବଂ ସ୍ୱାସ୍ଥ୍ୟ ସଂକଟରେ ଅଛି। ସେହିପରି ରାଷ୍ଟ୍ରପତିଙ୍କ ଏହି ବୟାନକୁ ବହୁ ସମାଲୋଚନା ମଧ୍ୟ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.