ଭନେଜୁଏଲା ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

ଭନେଜୁଏଲା ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ । ଡ୍ରୋନ ସାହାଯ୍ୟରେ ହତ୍ୟା ଉଦ୍ୟମ ବିଫଳ ହୋଇଛି । ଭେନେଜୁଏଲା ରାଷ୍ଟ୍ରପତି ମଦୁରୋ ସେନାର ୮୧ ତମ ପ୍ରତିଷ୍ଠା ଦିବସରେ ଭାଷଣ ଦେଉଥିଲେ । ଏ ସମୟରେ ଆକାଶରେ ଦୁଇଟି ଡ୍ରୋନ୍‌ ବିସ୍ଫୋରଣ ହୋଇଥିଲା । ସମସ୍ତେ ଉପରକୁ ଅନାଇଥିଲେ । ସୁରକ୍ଷାକର୍ମୀ ତୁରନ୍ତ ବୁଲେଟ୍‌ ପ୍ରୁଫ୍‌ ସିଲ୍‌ଡ ଜରିଆରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ଏହି ଆକ୍ରମଣ ପାଇଁ କିଏ ଦାୟୀ, ତାହା ସ୍ପଷ୍ଟ ହୋଇନାହିଁ। ରାଷ୍ଟ୍ରପତି ମଦୁରୋ ଏଥିପାଇଁ କଲମ୍ବିଆ ରାଷ୍ଟ୍ରପତି ଜୁଆନ ମାନୁଏଲ ସାଣ୍ଟୋସକୁ ଦାୟୀ କରିଛନ୍ତି । ଯାହାକୁ କଲମ୍ବିଆ ଖଣ୍ଡନ କରିଛି।

ସେପଟେ ଭେନେଜୁଏଲା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ, ଏ ଘଟଣା ପାଇଁ ଦେଶର ଚରମପନ୍ଥୀ ବିରୋଧୀ ଗୋଷ୍ଠୀକୁ ଦାୟୀ କରିଛନ୍ତି । ବିରୋଧୀ ଗୋଷ୍ଠୀ ମଧ୍ୟ ଏପରି ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି । ଏକ ଅଜଣା ସଶସ୍ତ୍ର ଗୋଷ୍ଠୀ ଟି-ସାର୍ଟସ୍‌ ସୋସିଆଲ ମିଡିଆରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । କିନ୍ତୁ ତାକୁ ସରକାର ଗ୍ରହଣ କରୁନାହାନ୍ତି । ଭେନେଜୁଏଲା ରାଷ୍ଟ୍ରପତି ମଦୁରୋ ପୂର୍ବରୁ ଅନେକ ଥର ଅଭିଯୋଗ କରିଛନ୍ତି, ତାଙ୍କୁ କ୍ଷମତାରୁ ହଟାଇବାକୁ ବିରୋଧୀ ଗୋଷ୍ଠୀ, କଲମ୍ବିଆ ଓ ଆମେରିକା ଉଦ୍ୟମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.