ବାରାଣସୀ ସିରିୟଲ ବୋମା ବିସ୍ଫୋରଣ ମାମଲା: ୧୬ ବର୍ଷ ପରେ କୋର୍ଟଙ୍କ ଦଣ୍ଡ ଘୋଷଣା, ଫାଶୀ ଖୁଣ୍ଟରେ ଝୁଲିବ ଆତଙ୍କୀ ଓ୍ଵଲିଉଲ୍ଲାହ!
ଉତ୍ତର ପ୍ରଦେଶର ବାରାଣସୀ ସିରିୟଲ ବୋମା ବିସ୍ଫୋରଣ ମାମଲାରେ ଦଣ୍ଡ ଘୋଷଣା କରାଯାଇଛି। ଗାଜିଆବାଦ ଜିଲ୍ଲା ଓ ସେସନ୍ସ କୋର୍ଟ ଆତଙ୍କୀ ଓ୍ଵଲିଉଲ୍ଲାହଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଘଟଣାର ୧୬ ବର୍ଷ ପରେ ଆସିଛି।
କହି ରଖୁଛୁ, ୨୦୦୬, ମାର୍ଚ୍ଚ ୭ରେ ବାରାଣସୀର ସଙ୍କଟମୋଚନ ମନ୍ଦିର ଏବଂ କ୍ୟାଣ୍ଟ୍ ରେଲେଓ୍ଵ ଷ୍ଟେସନରେ ସିରିୟଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିଲେ। ସେହି ସନ୍ଧ୍ୟାରେ ଦଶାଶ୍ୱମେ ଘାଟରେ ମଧ୍ୟ ବିସ୍ଫୋରକ ସାମଗ୍ରୀ ମିଳିଥିଲା। ବିସ୍ଫୋରଣରେ ସଙ୍କଟମୋଚନ ମନ୍ଦିରରେ ୭ ଏବଂ କ୍ୟାଣ୍ଟ୍ ଷ୍ଟେସନରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା।
Uttar Pradesh | 2006 Varanasi serial blasts convicted terrorist Waliullah Khan sentenced to death penalty & life imprisonment.
— ANI UP/Uttarakhand (@ANINewsUP) June 6, 2022
ବାରାଣସୀରେ ହୋଇଥିବା ସିରିୟଲ ବୋମା ବିସ୍ଫୋରଣ ପରେ ଓ୍ଵଲିଉଲ୍ଲାହଙ୍କ ତରଫରୁ କେହି ବି ଓକିଲ କେସ୍ ଲଢ଼ିବାକୁ ପ୍ରସ୍ତୁତ ନ ଥିଲେ। ଏହି ମାମଲାକୁ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ପରେ ଗାଜିଆବାଦ ଟ୍ରାନ୍ସପର କରି ଦିଆଯାଇଥିଲା। ପୋଲିସ ଯାଞ୍ଚରୁ ଜଣାପଡ଼ିଥିଲା କି, ୫ ଆତଙ୍କୀ ୩ଟି ଜାଗାରେ ବିସ୍ଫୋରଣ କରିଥିଲେ। ଏଥିରେ ସମ୍ପୃକ୍ତ ଜଣେ ଆତଙ୍କୀ ମୌଲାନା ଜୁବେରଙ୍କୁ ସିକ୍ୟୁରିଟି ଫୋର୍ସ ସୀମାରେ ମାରି ଦେଇଥିଲା।