ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି

ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ଭେଟେରାନ୍ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ରୁଟିନ୍ ଚେକଅପ୍ ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା କୁହାଯାଉଛି । ଗତ ଦୁଇ ସପ୍ତାହ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା ।

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଏହି ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ଉପଯୁକ୍ତ ଭାବରେ ପରବର୍ତ୍ତୀ ଅପଡେଟ୍ ପ୍ରଦାନ କରାଯିବ ।

ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ଆଡଭାନୀଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ସେ ନ୍ୟୁରୋଲୋଜି ଡାକ୍ତର ଭିନୀତ୍ ସୁରୀଙ୍କ ତତ୍ତ୍ୱାବଧାନରେ ରହିଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ଏହାର ଏକ ମାସ ପୂର୍ବରୁ ଜୁନ୍ ୨୬ ତାରିଖ ରାତି ୧୦ଟା ୩୦ରେ ତାଙ୍କୁ ଦିଲ୍ଲୀ ଏମ୍ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ଏହାର ପରଦିନ ସେ ଡିସଚାର୍ଜ ହୋଇଥିଲେ ।

କହି ରଖୁଛୁ, ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମ ୧୯୨୭ ନଭେମ୍ବର ୮ରେ କରାଚି (ବର୍ତ୍ତମାନ ପାକିସ୍ତାନରେ)ରେ ହୋଇଥିଲା । ଗତ ନଭେମ୍ବର ୮ରେ ସେ ନିଜର ୯୮ତମ ଜନ୍ମଦିନ ପାଳନ କରିଥିଲେ । ତେବେ ଗତ ୪-୫ ମାସ ଭିତରେ ସେ ପାଖାପାଖି ୪ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ବାରମ୍ବାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

ଆଡଭାନୀ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଉପ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।