ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍, ସପ୍ତାହେ ପାଇଁ ନିଜକୁ କଲେ ଆଇସୋଲେଟ୍
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା। ଦେଶର ଉପରାଷ୍ଟ୍ରପତି କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି। କରୋନାର ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ନିଜକୁ ସପ୍ତାହେ ପାଇଁ ଆଇସୋଲେଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପରାଷ୍ଟ୍ରପତି ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି।
ଉପରାଷ୍ଟ୍ରପତିଙ୍କ ଟ୍ଵିଟର ଆକାଉଣ୍ଟରୁ ରବିବାର ସନ୍ଧ୍ୟା ପ୍ରାୟ ୪.୩୦ରେ ଦୁଇଟି ଟ୍ଵିଟ୍ କରାଯାଇଛି। ଟ୍ଵିଟ୍ରେ ଲେଖାଯାଇଛି, ଉପରାଷ୍ଟ୍ରପତି ଶ୍ରୀ ଏମ୍ ଭେଙ୍କେୟା ନାଇଡ଼ୁ ଆଜି କୋଭିଡ୍ ଟେଷ୍ଟ ରିପୋର୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ହାଇଦ୍ରାବାଦରେ ଅଛନ୍ତି। କୋଭିଡ୍ ପ୍ରୋଟୋକଲ୍କୁ ପାଳନ କରି ସେ ନିଜକୁ ଏକ ସପ୍ତାହ ପାଇଁ ଅଲଗା ଆଇସୋଲେଟ୍ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
उपराष्ट्रपति श्री एम वेंकैया नायडु आज कोविड टेस्ट रिपोर्ट में पॉजिटिव पाए गए। वे आजकल हैदराबाद में हैं। कोविड प्रोटोकॉल का पालन करते हुए उन्होंने स्वयं को एक सप्ताह के लिए अलग आइसोलेट रखने का निर्णय किया है।
— Vice President of India (@VPSecretariat) January 23, 2022
ଆଉ ଏକ ଟ୍ଵିଟ୍ରେ ସେ ଲେଖିଛନ୍ତି, ଉପରାଷ୍ଟ୍ରପତି ଅନୁରୋଧ କରିଛନ୍ତି ଯେ ଗତ କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ନିଜ ନିଜର ଟେଷ୍ଟ କରାଇ ନିଅନ୍ତୁ।
उपराष्ट्रपति ने आग्रह किया है कि विगत दिनों में जो भी लोग उनके संपर्क में आए थे, वे भी स्वयं को अलग रखें और अपनी जांच करवाएं।
— Vice President of India (@VPSecretariat) January 23, 2022
ତେବେ ଆଗକୁ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ସମାରୋହ ଅଛି। କିନ୍ତୁ ଆଜି ଉପରାଷ୍ଟ୍ରପତି ସଂକ୍ରମିତ ହୋଇଥିବାରୁ ସେ ସମାରୋହରେ ଯୋଗ ଦେଇ ନ ପାରନ୍ତି ବୋଲି କୁହାଯାଉଛି। ଉପରାଷ୍ଟ୍ରପତି ନିଜ ଟ୍ଵିଟରରେ ପରିଷ୍କାର ଭାବେ ଲେଖିଛନ୍ତି ସେ ୭ ଦିନ ଆଇସୋଲେଟ୍ ରହିବେ। ଏଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ୨୬ ଜାନୁଆରୀ ଅବସରରେ କୌଣସି ଉତ୍ସବରେ ଯୋଗ ଦେବେ ନାହିଁ।