ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର : ସୋମବାର ଦିନିକିଆ ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିବା ପରେ ସକାଳ ୧୦ଟାରେ ଇନଫୋସିଟି ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠା ଦିବସରେ ଯୋଗଦେବେ। ପରେ ୧୧ଟା ୨୦ମିନିଟ୍‌ରେ ଚନ୍ଦ୍ରଶେଖରପୁରର ରେଳବାଇ ପ୍ରେକ୍ଷାଳୟରେ ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଉଦବୋଧନ ଦେବାର କାଯ୍ୟର୍କ୍ରମ ରହିଛି। ଅପରାହ୍ନରେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ। ଆଜି ବିମାନବନ୍ଦର ଠାରୁ ରାଜଭବନ ଓ ଇନଫୋସିଟି ପର୍ଯ୍ୟନ୍ତ କାର୍କେଡ୍ ରିହଲସଲ କରିଛି କମିଶନରେଟ ପୋଲିସ । ଉପରାଷ୍ଟ୍ରପତି ଆସିବା ସମୟରେ ଟ୍ରାଫିକ୍‌ ବ୍ୟବସ୍ଥାରେ ଉପରେ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.