ଆଖି ବୁଜିଲେ ଆଉ ଜଣେ ନିର୍ଭୟା, ଦୁଷ୍କର୍ମ ପରେ ପୀଡି଼ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ପୁରାଇଥିଲେ ଦୁର୍ବୃତ୍ତ

ମୁମ୍ବାଇରେ ନିର୍ଭୟାକାଣ୍ଡର ପୁନରାବୃତ୍ତି । ଏଥର ଏକ ଟେମ୍ପୋରେ ଯୁବତୀଙ୍କ ସହ କରାଯାଇଛି ଦୁଷ୍କର୍ମ । ଜୀବନ ସହ ଗୋଟିଏ ଦିନର ସଂଗ୍ରାମ ପରେ ଶେଷରେ ପ୍ରାଣ ହରାଇଲେ ପୀଡ଼ିତା । ମୁମ୍ବାଇର ସାକିନାକା ଅଞ୍ଚଳରେ ମହିଳାଙ୍କୁ ଚଳନ୍ତା ଟେମ୍ପୋରେ ହୋଇଥିଲା ଗଣଦୁଷ୍କର୍‌ର୍ମ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଖୌରାନୀ ରୋଡରେ ଫିଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ। ମହିଳାଙ୍କ ସହ ଦୁଷ୍କର୍ମ ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲେ। ଶୁକ୍ରବାର ତାଙ୍କୁ ମୁମ୍ବାଇର ରଜବାଡି ଅଞ୍ଚଳର ଘାଟକୋପରର ରଜୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଆଜି ତାଙ୍କର ମୃତ୍ୟୁ ହୋଇଥିବା ମୁମ୍ବାଇ ପୋଲିସ ଓ ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଦୁଷ୍କର୍ମରେ ସଂପୃକ୍ତ ଅଭିଯୋଗରେ ଜଣେ ୪୫ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ତା ବିରୋଧରେ ଦୁଷ୍କର୍ମ ତଥା ହତ୍ୟା ଉଦ୍ୟମ ମାମଲା ଲଗାଯାଇଥିବା ନେଇ ଜଣାଯାଇଛି । ଅଘଟଣ ସମୟର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିବା ଜଣାଯାଇଛି । ଦୁଷ୍କର୍ମ କରାଯାଇଥିବା ଟେମ୍ପୋକୁ ମଧ୍ୟ ଜବତ କରିଛି ପୋଲିସ । ଫାଷ୍ଟଟ୍ରାକ୍‌ କୋର୍ଟରେ ଏହାର ଶୁଣାଣି କରାଯାଇ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ। ଯୁବତୀଙ୍କ ବୟସ ୩୦ ରୁ ୩୨ ବର୍ଷ ହେବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.