ମୋବାଇଲରେ ଭିଡିଓ ଗେମ ଖେଳିବା ସମୟରେ ଲାଗିଯାଇଥିଲା ନିଦ, ସକାଳୁ ଶେଯରୁ ମିଳିଲା ଶବ

ମୋବାଇଲ ଚାର୍ଜରେ ବସାଇ ବ୍ୟବହାର କରିବା ପ୍ରକୃତରେ କେତେ କ୍ଷତିକାରକ ହୋଇପାରେ ତାହା ଆପଣ ଏହି ଖବର ପଢିବା ପରେ ନିଶ୍ଚିତ ବୁଝିପାରିବେ । କାରଣ ଥାଇଲାଣ୍ଡର ଜଣେ ୨୫ ବର୍ଷୀୟ ଯୁବକ ମୋବାଇଲକୁ ଚର୍ଜାରେ ବସାଇ ଗେମ ଖେଳୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

dead

ସୂଚନା ଅନୁଯାୟୀ ମୋବାଇଲରେ ଗେମ ଖେଳିବା ସମୟରେ ଯୁବକଙ୍କୁ ନିଦ ଲାଗିଯାଇଥିଲା ଏବଂ ସେହି ସମୟରେ ଫୋନ ଚାର୍ଜିଙ୍ଗରେ ମଧ୍ୟ ଲଗାଯାଇଥିଲା । ସକାଳୁ ପରିବାର ଲୋକ କବାଟ ଖୋଲି ଦେଖନ୍ତି ତ ଯୁବଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ତାଙ୍କର ହାତ ପୋଡି ଯାଇଥିଲା । ଏହାସହିତ ତାଙ୍କ ଶରୀରର ରଙ୍ଗ ମଧ୍ୟ ବଦଳି ଯାଇଥିଲା । ପୋଲିସର କହିବା ଅନୁଯାୟୀ କରେଣ୍ଟ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କ ପରିବାର ଲୋକ କହିଥିଲେଯେ ସେ ପ୍ରାୟତଃ ମୋବାଇଲକୁ ଚର୍ଜାରେ ବସାଇ ଘଣ୍ଟା ଘଣ୍ଟା ଧରି ଭିଡିଓ ଗେମ ଖେଳିଥାନ୍ତି ।

ଏହାସହ ପଢନ୍ତୁ ଏହି ଦୁଇ ମହିଳା ଅନ୍ତରୀକ୍ଷରେ ରଚିବାକୁ ଯାଉଛନ୍ତି ଇତିହାସ, ଜାରିହେଲା ଏପରି ଭିଡିଓ

ଯଦିଓ ଏହା ପ୍ରଥମ ଘଟଣା ନୁହେଁ ଯେ ମୋବାଇଲ କାରଣରୁ କାହାର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଲୋକଙ୍କର ମୋବାଇଲ ଫାଟିବା କିମ୍ବା ମୋବାଇଲ ଚାର୍ଜରେ ଲଗାଇ ବ୍ୟବହାର କରିବା କାରଣରୁ ମୃତ୍ୟୁ ହୋଇସାରିଛି । ନିକଟରେ ଜଣେ ୧୪ ବର୍ଷୀୟା ବାଳିକାଙ୍କର ମୋବାଇଲ ବ୍ୟାଟେରୀ ବ୍ଲାଷ୍ଟ ହେବା କାରଣରୁ ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁଯାୟୀ ବାଳିକା ଜଣକ ଫୋନକୁ ଚାର୍ଜରେ ଲଗାଇ ତକିଆ ତଳେ ରଖିଦେଇଥିଲେ ।

Alua Asetkyzy Abzalbe

ମୋବାଇଲକୁ ଚାର୍ଜରେ ଲଗାଇବା ଦ୍ୱାରା ଏହା ଗରମ ହୋଇଯାଇଥାଏ । ତେଣୁ କେବେବି ଫୋନକୁ ଚାର୍ଜରେ ବସାଇ ବ୍ୟବହାର କରିବା ତ ଦୂରର କଥା ପାଖରେ ମଧ୍ୟ ରଖିବା ଉଚିତ ନୁହେଁ । କାରଣ ଏହା ଆମ ଜୀବନ ପାଇଁ ବିପଦ ସାଜିପାରେ । ଏହା ବ୍ୟତୀତ ଫୋନକୁ କେବେବି ନିଜ ମୁଣ୍ଡ ପାଖେ ରଖି ଶୁଅନ୍ତୁ ନାହିଁ ।

Leave A Reply

Your email address will not be published.