ଦେଶ ବିଦେଶ

ରୁଷିଆ-ୟୁକ୍ରେନ ଯୁଦ୍ଧ: ସଡ଼କ ଉପରେ କାର ଯିବା ସମୟରେ ହଠାତ୍ ଉଡ଼ିଗଲା କାର, ଭିଡିଓ ହେଉଛି ଭାଇରାଲ

ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। ପ୍ରାୟ ପ୍ରତ୍ୟେକ ଦିନ ଏହାର ଅନେକ ଅଘଟଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଦିଆ ଭାଇରାଲ ହେଉଛି ଯେଉଁଠି ରାସ୍ତାରେ କାର ଯାଉଥିବା ବେଳେ ହଠାତ୍ ଏକ କ୍ଷେପଣାସ୍ତ୍ର ଆସି ପଡ଼ିଲା ଏବଂ ଉପରକୁ ଉଠି ଗଲା କାର।

ଋଷ ୟୁକ୍ରେନ ସହର ଉପରେ ବୋମା ମାଡ କରୁଛି। ଏଥି ସହିତ, ଡନିପ୍ରୋ ସହରର ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାସ୍ତାରେ କିଛି କାର ଦୃଶ୍ୟମାନ ହେଉଛି ଏବଂ ହଠାତ୍ ଏକ କ୍ଷେପଣାସ୍ତ୍ର ଆସି କାର ଉପରେ ପଡ଼ିଲା ପରେ କାର ଜଳି ଯାଉଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲରୁ ଏହାକୁ ସେୟାର କରାଯାଇଛି। ଏହି ଭିଡିଓଟି ଏକ କାର ଭିତରୁ ସୁଟିଂ କରାଯାଇଛି। ଦେଖିବାକୁ ମିଳିଛି ଯେ ଏକ କାର ରାସ୍ତାରେ ଯାଉଛି, ତା’ପରେ ହଠାତ୍ ଏଥିରେ ନିଆଁ ଲାଗିଛି। ସହରରେ ଆତଙ୍କ ଖେଳି ଯାଇଛି।

ଏହି ଭିଡିଓ ସେୟାର କରିବାବେଳେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଲେଖିଛି, ୟୁକ୍ରେନର ଏହା ଡନିପ୍ରୋ ସହର। ତେବେ ୟୁକ୍ରେନର ପ୍ରଥମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଇମିନ ଡିଜପର୍ ମଧ୍ୟ ଏହି ଭିଡିଓ ସେୟାର କରି କହିଛନ୍ତି ଯେ ଡନିପ୍ରୋରେ ରୁଷିଆର ଆକ୍ରମଣ ପରେ ୧୫ ବର୍ଷର ବାଳିକା ସମେତ ୧୪ ଜଣ ଆହତ ହୋଇଛନ୍ତି। ତେବେ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଗୁରୁବାର ଦିନ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଋଷିଆର କ୍ରମାଗତ ଆକ୍ରମଣ ଯୋଗୁଁ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଭୁଶୁଡି ପଡିଛି। ସେଠାରେ ଥଣ୍ଡା ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି ଓ ପ୍ରଦୂଷଣ ମଧ୍ୟ ବଢ଼ିଛି। ତେବେ ଏହି ଯୁଦ୍ଧ ପାଇଁ ଅନେକ ଧାନ ଜୀବନ ନଷ୍ଟ ହେଲାଣି। ଏହା କେବେ ଶେଷ ହେବ ତାହା କାହାକୁ ଜଣା ନାହିଁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago