ପାଠପଢିବା ନାଁରେ ବାପା ମାଙ୍କ ଆଖିରେ ଧୂଳି ଦେଉଛନ୍ତି ପିଲା, ଛାତ୍ରଛାତ୍ରୀ ବିଅର ପିଉଥିବା ଭିଡିଓ ଭାଇରଲ

ପିଲାର ପାଠପଢିବା ପାଇଁ ଅଭିଭାବକ କେତେ କ’ଣ କରୁଛନ୍ତି। କେତେକ ବାପା ମା ପିଲାର ଉଜ୍ୱଳ ଭବିଷ୍ୟତ ପାଇଁ ଦିନ ମଜୁରିଆ ହୋଇ ଖଟୁଥିବା ବେଳେ ଆଉ କିଏ ଖରାତରାକୁ ଖାତିର ନ କରି କାମ କରୁଛି। କିନ୍ତୁ ଆଜିକାଲିର ପିଲା ପାଠ ପଢିବା ନାଁରେ ବାପା ମାଙ୍କ ସ୍ୱପ୍ନକୁ ଭାଙ୍ଗିଦେଉଛନ୍ତି। ଆଉ ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ତାକୁ ଦେଖିଲେ ହୁଏତ ମା ବାପାଙ୍କ ବିଶ୍ୱାସ ପିଲା ଉପରୁ ଉଠିଯିବ।

ତାମିଲନାଡ଼ୁ ଚେଙ୍ଗଲପେଟ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଥିରେ କିଛି ସ୍କୁଲ ଛାତ୍ରଛାତ୍ରୀ ଚଳନ୍ତା ବସ ଭିତରେ ମଦ ପିଉଥିବା ଦେଖିବାକୁ ମିଳିଛି । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଖବର ଅନୁସାରେ, ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ଭିଡିଓକୁ ଛାତ୍ରୀମାନଙ୍କ ମଧ୍ୟରୁ କିଏ ଜଣେ ରେକର୍ଡ କରିଛି।

ଭାଇରଲ ଭିଡିଓରେ ଛାତ୍ରଛାତ୍ରୀଙ୍କ ଏକ ଗ୍ରୁପ ବସ୍‌ରେ ଯାଉଥିବା ବେଳେ ବିଅର ବୋତଲ ଖୋଲିବା ସହ ପିଉଥିବାର ଦେଖିବାକୁ ମିଳିଛି । ଖବର ଅନୁସାରେ, ସ୍କୁଲ ବସରେ ଥିବା ସମସ୍ତ ଛାତ୍ରଛାତ୍ରୀ ଚେଙ୍ଗଲପେଟର ଏକ ସରକାରୀ ସ୍କୁଲର ବୋଲି ଜଣାପଡିଛି। ପୂର୍ବରୁ ଏହି ଭିଡିଓକୁ ପୁରୁଣା ବୋଲି କୁହାଯାଉଥିଲା । କିନ୍ତୁ ଏହା ଗତ ମଙ୍ଗଳବାରର ଭିଡିଓ ବୋଲି ଜଣାପଡିବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ୨୦୧୭ରେ କର୍ଣ୍ଣାଟକର ତୁମକୁର ଜିଲ୍ଲାର ଏକ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଏବଂ ଅନ୍ୟ ଦୁଇ ଶିକ୍ଷକଙ୍କୁ ଛାତ୍ରମାନଙ୍କୁ ମଦ ଦେଇଥିବା ଅଭିଯୋଗରେ ନିଲମ୍ବିତ କରାଯାଇଥିଲା। ଥକ୍କି ପଡିଥିବା ଛାତ୍ରମାନେ ପାଣି ପିଇବାକୁ ମାଗିଥିବା ବେଳେ ନିଶାରେ ଥିବା ଶିକ୍ଷକ ପିଲାଙ୍କୁ ମଦ ପିଇବାକୁ ବୋତଲ ଦେଇଥିଲେ। ଯାହା ପରେ ପିଲାମାନେ ବାନ୍ତି କରିଥିବା ଘଟଣା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.