ଅସରପା ଭୋଗୁଥିଲା ପ୍ରସବ ଯନ୍ତ୍ରଣା, ଡାକ୍ତରଖାନାରେ ନେଇ ପହଁଚିଲେ ଘର ମାଲିକ ଆଉ ତାପରେ..ଦେଖନ୍ତୁ ଭିଡିଓ

ଅସରପା ଏହି ନା ଶୁଣିବା ମାତ୍ରେ ହିଁ କିଛି ଲୋକଙ୍କୁ ବିରକ୍ତ ଲାଗୁଥିବା ବେଳେ ଆଉକିଛି ଜଣ ଭୟ ମଧ୍ୟ କରିଥାନ୍ତି । ଯଦି ଭୁଲରେ ବି ଘରକୁ ଅସରପା ଆସିଯାଏ ତାହେଲେ ସମସ୍ତଙ୍କୁ ରାଗ ଲାଗିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହାକୁ ଶୁଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇପଡିବେ । ତେବେ ଘଟଣାଟି ଘଟିଛି ରୁଷର ସାଇବେରିଆରେ । ଏଠାରେ ଜଣେ ବ୍ୟକ୍ତିଙ୍କର ପାଳିତ ଅସରପାର ପ୍ରସବ ସମୟରେ ହଠାତ କିଛି ଅସୁବିଧା ସୃଷ୍ଟି ହୋଇଥିଲା ଏବଂ ସେହି ସମୟରେ ପଶୁ ଡାକ୍ତର ଆସି ତାର ସର୍ଜରୀ କରିବା ସହିତ ଗର୍ଭବତୀ ମା’ର ଜୀବନ ବଞ୍ଚାଇଥିଲେ ଏବଂ ତାର ଡିମ୍ବକୁ ମଧ୍ୟ ସୁରକ୍ଷା ଦେଇଥିଲେ । ତେବେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

ନିଜର ଗର୍ଭବତୀ ଅସାରପାର ଏପରି ଅବସ୍ଥା ଦେଖି ତାର ମାଲିକ ବହୁତ ଚିନ୍ତିତ ହୋଇଯାଇଥିଲେ ଏବଂ ତୁରନ୍ତ ସେ ଏକ ଭେଟେନାରୀ କ୍ଲିନିକରେ ପହଂଚି ଥିଲେ । ତେବେ ସେଠାରେ ଡାକ୍ତର ମଧ୍ୟ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ଅସରପାର ଚିକିତ୍ସା କରିବା ପାଇଁ ସେ ମନା କରିନଥିଲେ । ସେଠାରେ ପ୍ରଥମେ ସେ ଅସରପାକୁ ଆନେସ୍ଥେସିଆ ଦେଇ ବେହୋସ କରି ଦେଇଥିଲେ । ଆଉ ତାପରେ ଧୀରେ ଧୀରେ ତାର ଡିମ୍ବକୁ ବାହାର କରିଦେଇଥିଲେ । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଆଉ କିଛି ସମୟ ରହିଥିଲେ ଏହା ଇନଫେକ୍ସନ ହେବାର ସମ୍ଭାବନା ରହିଥିଲା ଯାହାଦ୍ୱାରା ଅସରପା ଏବଂ ତାର ଡିମ୍ବ ଦୁହେଁ ମରିଯିବାର ସମ୍ଭାବନା ରହିଥିଲା ।

कॉक्रोच को आ रही थी प्रसव के समय परेशानी, अस्पताल लेकर पहुंचा मालिक और फिर...

ଡିମ୍ବ ବାହାରିବାର କିଛି ସମୟ ପରେ ଅସରପାଟି ଟିକିଏ ସାମାନ୍ୟ ହୋଇଥିଲା ଓ ଚାଲବୁଲ କରିବାରେ ଲାଗିଲା ଯାହାକୁ ଦେଖି ତାର ମାଲିକ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ । ତେବେ ସାମାନ୍ୟ ଏକ ଅସରପା ପ୍ରତି ବ୍ୟକ୍ତିଙ୍କର ଏପରି ଭଲପାଇବା ଦେଖି ଡାକ୍ତର ମଧ୍ୟ ଭାବୁକ ହୋଇପଡିଥିଲେ ଏବଂ ଏହି ଚିକିତ୍ସାର ପୁରା ଭିଡିଓ ବନାଇଥିଲ । ଯାହା ବର୍ତ୍ତମାନ ଅତି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.