ଭିଏତନାମର ଡା-ନାଙ୍ଗରେ ସ୍ଥଳଭାଗ ଛୁଇଁଲା ଟାଇଫୁନ ମୋଲାଭ, ରଚିଛି ମହାତାଣ୍ଡବ

ଭୁବନେଶ୍ୱର (କେ ନ୍ୟୁଜ): ଭିଏତନାମର ଡା-ନାଙ୍ଗରେ ସ୍ଥଳଭାଗ ଛୁଇଁଲା ଟାଇଫୁନ ମୋଲାଭ । ସ୍ଥଳଭାଗ ଛୁଇଁବା ପରେ ରଚିଛି ତାଣ୍ଡବ । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ପଛକୁ ପଛ ରହିଛି ତିନିଟି ଟାଇଫୁନ। ମୋଲାଭ, ଗୋନି ପରେ ଆସୁଛି ଆଉ ଏକ ଟାଇଫୁନ୍‌ । ମାରିଆନା ଦ୍ୱୀପପୁଞ୍ଜ ନିକଟରେ ବଳ ସାଉଁଟିଛି ଗୋନି । ଶୁକ୍ରବାର ରାତି ବା ଶନିବାର ସୁଦ୍ଧା ଫିଲିପାଇନ୍ସ ଅତିକ୍ରମ କରିବା ପୂର୍ବରୁ ଏହା ଅଧିକ ଶକ୍ତିଶାଳୀ ହେବ।

typhoon

ଭିଏତନାମରେ ତାଣ୍ଡବ ପରେ ମୋଲାଭର ଅବଶିଷ୍ଟାଂଶ ଥାଇଲାଣ୍ଡ, ମିଆଁମାର ଦେଇ ଆଜି ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରି ଘୂର୍ଣ୍ଣିବଳୟର ରୂପ ନେବ । ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ୩୧ରେ ଏହା ଉତ୍ତର ବଙ୍ଗୋପସାଗର ଓ ୧ରେ ଉତ୍ତର ଦକ୍ଷିଣ ହୋଇ ସଙ୍ଗଠିତ ହେବ। ଓଡିଶା ଉପକୂଳରେ ୨ରୁ ୪ ତାରିଖ ମଧ୍ୟରେ ବର୍ଷାର ପୂର୍ବାନୁମାନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.