ଆରଏସଏସ ମୁଖ୍ୟାଳୟରେ ବିଜୟାଦଶମୀ ଉତ୍ସବ: ମୋହନ ଭାଗବତ କହିଲେ ମହିଳାମାନଙ୍କ ପ୍ରତି ପୁରୁଷବାଦୀ ଚିନ୍ତାଧାରାର ପରିବର୍ତ୍ତନ ଜରୁରୀ

କେନ୍ୟୁଜ୍(ବ୍ୟୁରୋ): ଶକ୍ତି ହିଁ ଶାନ୍ତିର ଆଧାର, ସାଧନା ହିଁ ମୁକ୍ତିର ଆଧାର। ନାଗପୁର ଆରଏସଏସ ମୁଖ୍ୟାଳୟରେ ବିଜୟାଦଶମୀ ଉତ୍ସବ ଅବସରରେ ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ମହିଳା-ପୁରୁଷ ବିନା ସମାଜ ଗଠନ ସମ୍ଭବ ନୁହେଁ। ମାତୃ ଶକ୍ତିକୁ ଅଣଦେଖା କରାଯାଇପାରିବ ନାହିଁ। ‘ମହିଳାମାନଙ୍କୁ ପୂଜାଘରେ ବନ୍ଦ କରିି ରଖିବା ଉଚିତ୍‌ ନୁହେଁ। ମାତୃଶକ୍ତିର ମୁକାବିଲା କରିବା ପୁରୁଷ ପକ୍ଷରେ ସମ୍ଭବ ନୁହେଁ। ମହିଳାମାନଙ୍କ ପ୍ରତି ପୁରୁଷବାଦୀ ଚିନ୍ତାଧାରାର ପରିବର୍ତ୍ତନ ଜରୁରୀ।

ସଂଘ ବିଶ୍ୱ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି। ସାରା ଦୁନିଆରେ ଭାରତର ବିଶ୍ୱସନୀୟତା ବଢ଼ିଛି ପ୍ରତିଷ୍ଠା ବଢ଼ିଛି। ବିଶ୍ୱରେ ଭାରତ ଉଠାଉଥିବା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛିି। କରୋନା ପରେ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହୋଇଛି, ବୃଦ୍ଧି ପାଇଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ବିଶ୍ୱରେ ସମ୍ମାନ ମିଳିଛି। ପ୍ରତିରକ୍ଷା ମାମଲାରେ ଦେଶ ସ୍ୱାବଲମ୍ବୀ ହେବା ଆରମ୍ଭ କରିଛି। କର୍ଯ୍ୟକ୍ରମରେ ମୋହନ ଭାଗବତଙ୍କ ସହ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଜଣେ ମହିଳା । ପ୍ରଥମ ମହିଳା ଭାବେ ମାଉଣ୍ଟ ଏଭରେଷ୍ଟ ଚଢିଥିବା ସନ୍ତୋଷ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.