୪୦ ଦିନରେ ସାତ ଥର ସାପ କାମୁଡିବା ଘଟଣାର ରହସ୍ୟ ଖୋଲିଦେଲେ ଡାକ୍ତର, ଜାଣନ୍ତୁ ସତ

୨ ଜୁନ୍‌ ୨୦୨୪, ‘ମୁଁ ଶୋଇବା ପାଇଁ ବିଛଣା ସଜାଡୁଥାଏ ସାପ ମୋତେ ପ୍ରଥମ ଥର କାମୁଡିଲା । ସାତ ଦିନ ଭିତରେ ସାପ ମୋତେ ଦ୍ୱିତୀୟ ଥର କାମୁଡିଲା । ତୃତୀୟ ଥର ସାପ କାମୁଡିବା ପୂର୍ବରୁ ମୁଁ ଏକ ସ୍ୱପ୍ନ ଦେଖିଲି, ସ୍ୱପ୍ନରେ ସେହି ସାପ ଥିଲା, ଆଉ ସାପ କହିଲା, ମୁଁ ତୋତେ ୯ ଥର କାମୁଡିବି । ୮ ଥର ତ ତୁ ବଞ୍ଚିଯିବୁ ହେଲେ ୯ ଥର ବେଳକୁ ତୁ ମରିଯିବୁ । ଦୁନିଆର କୌଣସି ବି ଶକ୍ତି, ତାନ୍ତ୍ରିକ, ଡାକ୍ତର ତୋ ଜୀବନ ବଞ୍ଚାଇ ପାରିବେନି ।’ ଏ କଥା ହେଉଛି ଫତେପୁରର ବାସିନ୍ଦା ବିକାଶ ଦୁବେ ନାମକ ଜଣେ ୨୪ ବର୍ଷୀୟ ଯୁବକର । ବିକାଶ ଏହା ମଧ୍ୟ କହିଛନ୍ତି ଯେ ୪୦ ଦିନ ଭିତରେ ସାପ ତାଙ୍କୁ ୭ ଥର କାମୁଡିସାରିଳାଣି । ଏଇ ଗତ କିଛି ଦିନ ତଳେ ଆମେ ବି ଏ ଖବର ଆପଣଙ୍କ ସାମ୍ନାକୁ ଆଣିଥିଲୁ । ଯାହାପରେ ବିକାଶଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଲୋକମାନେ ଚିନ୍ତା ପ୍ରକଟ କରିଥିଲେ । ଯେ ସାପ ଯଦି ୯ ଥର କାମୁଡିଦେଲା ତାହେଲେ କଣ ବିକାଶଙ୍କର ଜୀବନ ଚାଲିଯିବ ? ତେବେ କିନ୍ତୁ ବର୍ତ୍ତମାନ ଏଇ କଥାର ସତ୍ୟାସତ୍ୟ ଆଉ କିଛି ସାମ୍ନାକୁ ଆସୁଛି । ବାରମ୍ବାର ବ୍ୟାପୁଥିବା ଏ ଖବର ଏକଦମ୍‌ ମିଛ ବୋଲି ଜଣାପଡିଲା । ତେବେ ସତ କଣ ଏହା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ବିକାଶ ଦୁବେ କଣ କହିଥିଲେ, ତାଙ୍କୁ ସାପ କାମୁଡିବାକୁ ନେଇକି ।

ଉତ୍ତରପ୍ରଦେଶ ଫତେପୁର ଜିଲ୍ଲା ସ୍ଥିତ ସୌରା ଗାଁ । ଯେଉଁଠି ଗୋଟେ ସାପ ଜଣେ ୨୪ ବର୍ଷୀୟ ଯୁବକ ବିକାଶ ଦୁବେଙ୍କ ପଛରେ ପଡିଯାଇଛି । ଏମିତିକି ବିକାଶ ସାପ କାୁମଡିବା ଭୟରେ ନିଜ ଚାଚା ଘରକୁ ଚାଲିଯାଇଥିଲେ, ସେଇଠି ବି ତାଙ୍କୁ ସାପ ଆସି କାମୁଡିଦେଲା । ସେହି ସମାନ ସାପ ଯିଏ ତାଙ୍କୁ ପ୍ରଥମେ କାମୁଡିଥିଲା । ଘର ଲୋକ ଯେତେବେଳେ ଏ ବାବଦରେ ଜାଣିଲେ, ବିକାଶଙ୍କୁ ନେଇକି ତୁରନ୍ତ ହସ୍ପିଟାଲ ଗଲେ । ସେଠାରେ ତୁରନ୍ତ ତାଙ୍କୁ ଆସିୟୁରେ ଭର୍ତ୍ତି କରାଗଲା । ଯେଉଁଠି ତାଙ୍କର ଚିକିତ୍ସା କରାଗଲା । ତେବେ ଏହି ସମୟରେ ବିକାଶ ଏକ ଚମକିଲା ଭଳି କଥା କହିଦେଲେ, ବିକାଶ କହିଲେ ଯେ ଏହାପୂର୍ବରୁ ବି ତାଙ୍କୁ ୬ ଥର ସାପ କାମୁଡି ସାରିଲାଣି । ବିକାଶ ଏହା ବି କହିଲେ ଯେ ସାପ ତାଙ୍କୁ ଶନିବାର ଓ ରବିବାରରେ ହିଁ କାମୁଡିଛି । ହେଲେ ଏଥର ସାପଟି ଗୁରୁବାର ଦିନ ସଧ୍ୟାରେ ବିକାଶଙ୍କୁ କାମୁଡିଦେଲା । ସେ ଏହା ମଧ୍ୟ କହିଲେ ଯେ ସାପ କାମୁଡିବା ପୂର୍ବରୁ ତାଙ୍କୁ ଜଣାପଡିଯାଉଥିଲା । ପାଞ୍ଚ ଥର ସାପ କାମୁଡିବା ପୂର୍ବରୁ ସେ ତାଙ୍କ ମାଉସୀ ଘରକୁ ପଳାଇଗଲେ, ହେଲେ ସେଠାରେ ବି ସାପ ବିକାଶର ପିଛା ଛାହିଲାନାହିଁ । ସେଠାରେ ବି ବିକାଶକୁ କାମୁଡିଦେଲା ସାପ । ତାପରେ ସେ ଚାଚା ଗରକୁ ଗଲେ, ସେଠାକୁ ବି ଆସି ସାପ ତାଙ୍କୁ କାମୁଡିଦେଲା ।

ଜଣେ ମଣିଷକୁ ଏମିତି ୭ ଥର ସାପ କାମୁଡିବା ଭଳି ଅଜବ ଘଟଣା ବିଷୟରେ ଯାଞ୍ଚ୍‌ କରିବାକୁ ସିଏମଓ ରାଜୀବ ଏବଂ ଆଡିସନାଲ ସିଏମସ ସ ଡେପୁଟି ସିଏମସ ଏବଂ ତାଙ୍କ ସହିତ ଜଣେ ଫିଜିସିଆନ୍‌ ଏକ ଟିମକୁ ଏହି ମାମଲାର ଯାଞ୍ଚ୍‌ କରିବାକୁ ନିର୍ଦ୍ଦେଶ ଦେଲେ । ଏବଂ କହିଲେ, ତୁରନ୍ତ ପତ୍ତା ଲଗାଅ, ଏ ପୂରା ମାମଲା କଣ ? ଟିମ୍‌ ଯାଞ୍ଚ୍‌ ଆରମ୍ଭ କରିଦେଲେ, ଯେଉଁ ପ୍ରାଇଭେଟ୍‌ ହସ୍ପିଟାଲରେ ବିକାଶ ଦୁବେଙ୍କର ଚିକିତ୍ସା ଚାଲୁଥିଲା ସେଠାରେ ତାଙ୍କୁ କେଉଁ କେଉଁ ମେଡିସିନ୍‌ ସବୁ ଦିଆଯାଇଛି, ଏହା ବିଷୟରେ ଯାଞ୍ଚ୍‌ କଲେ । ଯାଞ୍ଚ୍‌ ଟିମରେ ସାମିଲ ଥିବା ଡେପୁଟି ସିଏମଓ ଜଣାଇଲେ ଯେ ବିକାଶକୁ ୭ ଥର ନୁହେଁ ବରଂ ମାତ୍ର ଗୋଟିଏ ଥର ସାପ ବିକାଶଙ୍କୁ କାମୁଡିଛି । ବିକାଶକୁ ସ୍ନେକ ଫୋବିଆ ହୋଇଛି । ସ୍ନେକ ଫୋବିଆ, ଅର୍ଥାତ୍‌ ସାପକୁ ଅତ୍ୟଧିକ ଭୟ କରିବା ।

ତେବେ ଏହି ରିପୋର୍ଟରୁ ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିକାଶ ଯେଉଁ କାହାଣୀ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା, ତାହା ଆଦୌ ବି ସତ ନୁହେଁ । ଡେପୁଟି ସିଏମଓ ଏହି ଯାଞ୍ଚ୍‌ ପରେ ଏହା ବି କହିଲେ ଯେ ପରିବାର ଲୋକ ବିକାଶକୁ ବର୍ତ୍ତମାନ କେଉଁଆଡେ ନେଇ ବାହାରକୁ ଯାଇଛନ୍ତି । ସେମାନେ ଯେତେବେଳେ ଘରକୁ ଆସିବେ ସେତେବେଳେ ତାଙ୍କ ସହ କଥା ହେଇ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ଚିକିତ୍ସା କରିବା ସୁନିଶ୍ଚିତ କରାଇବେ । ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଏତିକି ସୂଚନା ସାମ୍ନାକୁ ଆସିଛି । ଅଧିକ ସୂଚନା ମିଳିଲେ କେନ୍ୟୁଜ୍‌ ପୁଣି ଆପଣମାନଙ୍କ ସାମ୍ନାକୁ ଆଣିବ ।