ସୁପ୍ରିମକୋର୍ଟ ବିଚାରପତି ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ

ନୁଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ । ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ବିଜ୍ଞପ୍ତି । ଜଷ୍ଟିସ ବିନୀତ ଶରଣଙ୍କ ନାଁକୁ ସୁପାରିଶ କରିଥିଲା ସୁପ୍ରିମକୋର୍ଟ କଲେଜିୟମ୍ । ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ତାଙ୍କ ସହ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏମ୍ ଯୋଶେଫ ଓ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ନାଁଙ୍କ ନିଯୁକ୍ତି ନେଇ ବି ବିଜ୍ଞପ୍ତି ଜାରି ହୋଇଛି । ୨୦୧୬ ଫେବରୁଆରୀ ୨୬ ତାରିଖରୁ ଜଷ୍ଟିସ ବିନୀତ ଶରଣ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ୨୦୦୨ରେ ସେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବରେ କାର୍ୟ୍ୟ କରିଥିଲେ । ସେଠାରେ ୧୦ ବର୍ଷ ରହିବା ପରେ ୨୦୧୫ରେ ଫେବ୍ରୁଆରୀରେ କର୍ଣ୍ଣାଟକ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.