ରାହୁଲ ଗାନ୍ଧିଙ୍କୁ ଭେଟିଲେ ପହିଲିମାନ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ପହିଲିମାନ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଏହି ସାକ୍ଷାତ ପରେ ଏବେ ଅନୁମାନ କରାଯାଉଛି ଯେ ଭିନେଶ ଫୋଗାଟ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରବେଶ କରିପାରନ୍ତି ।

ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି । ଗତ କିଛି ଦିନର କଳ୍ପନାଜଳ୍ପନା ପରେ ଏବେ ଭିନେଶ ଫୋଗାଟ ଓ ରାହୁଲ ଗାନ୍ଧିଙ୍କ ସାକ୍ଷାତର ଫଟୋ ସାମ୍ନାକୁ ଆସିଛି । ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଓ ବଜରଙ୍ଗ ପୁନିଆ ରାହୁଲଙ୍କୁ ଭେଟିଛନ୍ତି ।

ତେବେ ଭିନେଶ ଫୋଗାଟ କଂଗ୍ରେସ ଦଳରେ ଯୋଗ ଦେଇପାରନ୍ତି ବୋଲି ଅନେକ ଦିନ ଧରି କଳ୍ପନାଜଳ୍ପନା ଚାଲିଥିଲା । ଏବେ ରାହୁଲ ଗାନ୍ଧିଙ୍କ ସହ ତାଙ୍କର ସାକ୍ଷାତ ବେଳର ଫଟୋ ସାମ୍ନାକୁ ଆସିବା ପରେ ଏ ନେଇ ସମ୍ଭାବନା ବଢ଼ିଯାଇଛି ।

କୁହାଯାଉଛି ଯେ ଭିନେଶ ଫୋଗାଟଙ୍କୁ ଦାଦରିରୁ ଟିକେଟ ଦିଆଯାଇପାରେ । ଏହିପରି ବଜରଙ୍ଗ ପୁନିଆ ବାଦଲିରୁ ଟିକେଟ ଚାହୁଁଛନ୍ତି, କିନ୍ତୁ କଂଗ୍ରେସ ଏହି ଆସନ ବଦଳରେ ତାଙ୍କୁ କୌଣସି ଜାଟ୍‌ ବହୁଳ ଆସନରୁ ମୈଦାନକୁ ଆଣିବାକୁ ଯୋଜନା କରୁଛି ।

କହି ରଖୁଛୁ, ହରିୟାଣା ବିଧାନସଭା ନିର୍ବାଚନ ଅକ୍ଟୋବର ୫ରେ ଅନୁଷ୍ଠିତ ହେବ । ଅକ୍ଟୋବର ୮ରେ ଭୋଟ୍ ଗଣନା କରାଯିବ ।

You might also like