ଜୁଲାନାରେ ଭିନେଶ ଫୋଗାଟଙ୍କ ବିପୁଳ ବିଜୟ, ବିଜେପିର ଯୋଗେଶ ବୈରାଗୀଙ୍କୁ ହରାଇଲେ

ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟଙ୍କ ବିପୁଳ ବିଜୟ । ଭିନେଶ ଜୁଲାନା ଆସନରେ ବିପୁଳ ବିଜୟ ହାସଲ କରିଛନ୍ତି । ବହୁତ ଜଲ୍ଦି ସେ ବିଧାନସଭା ଯିବେ । ଏଠାରେ ସେ ବିଜେପି ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କୁ ୬୦୧୫ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି ।
ଯେମିତି ହିଁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା, ସମଗ୍ର ଦେଶର ନଜର ଥିଲା ଜୁଲାନା ଆସନ ଉପରେ । ବାସ୍ତବରେ, ଏହି ଆସନ ହରିୟାଣାର ହଟ୍ ସିଟ୍ ମଧ୍ୟରୁ ଗୋଟିଏ । ଭିନେଶଙ୍କୁ ୬୫୦୮୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ଯୋଗେଶ ବୈରାଗୀ ୫୯୦୬୫ ଖଣ୍ଡ ଭୋଟ୍ ପାଇଛନ୍ତି ।
କଂଗ୍ରେସ ଭିନେଶ ଫୋଗାଟଙ୍କୁ ଟିକେଟ୍ ଦେଇ ଜୁଲାନା ଆସନ ପାଇଁ ପ୍ରତିଯୋଗିତାକୁ ଆହୁରି ଜୋର୍ଦାର କରି ଦେଇଥିଲା । ଏବେ ଭିନେଶ ଏହି ଆସନରୁ ବିଜୟର ପତାକା ଉଡ଼ାଇଛନ୍ତି । ବିଜୟ ହାସଲ କରିବା ପରେ ଭିନେଶ ଫୋଗାଟ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେପଟେ ଭିନେଶଙ୍କ ବିଜୟରେ ଭାରତୀୟ ପହିଲିମାନ ବଜରଙ୍ଗ ପୁନିଆ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ ‘ଦେଶର ଝିଅ ଭିନେଶ ଫୋଗାଟଙ୍କୁ ବିଜୟ ପାଇଁ ବହୁତ ଅଭିନନ୍ଦନ । ଭିନେଶ ନିର୍ବାଚନୀ ଆଖଡ଼ାରେ ବାଜି ମାରି ନେଇଛନ୍ତି’ ।
#WATCH जींद, हरियाणा: जुलाना निर्वाचन क्षेत्र से कांग्रेस उम्मीदवार विनेश फोगाट ने अपनी जीत पर कहा, “ये हर उस लड़की और महिला की लड़ाई है जो संघर्ष के रास्ते को हमेशा चुनती है… इस देश ने मुझे जो प्यार दिया है उसे मैं हमेशा बनाकर रखूंगी… अभी इंतजार कीजिए क्योंकि अभी सभी सीटों… pic.twitter.com/ZTIlcmlb21
— ANI_HindiNews (@AHindinews) October 8, 2024
देश की बेटी विनेश फोगाट को जीत की बहुत बहुत बधाई।
यह लड़ाई सिर्फ़ एक जुलाना सीट की नहीं थी, सिर्फ़ 3-4 और प्रत्याशियों के साथ नहीं थी, सिर्फ़ पार्टियों की लड़ाई नहीं थी।
यह लड़ाई देश की सबसे मज़बूत दमनकारी शक्तियों के ख़िलाफ़ थी। और विनेश इसमें विजेता रही।#VineshPhogat… pic.twitter.com/dGR5m2K2ao
— Bajrang Punia 🇮🇳 (@BajrangPunia) October 8, 2024