ଆମେରିକା ସଂସଦକୁ ଘେରାଉ କଲେ ଟ୍ରମ୍ପଙ୍କ ସମର୍ଥକ: ହିଂସାରେ ୪ ଜଣଙ୍କ ମୃତ୍ୟୁ, ଅନେକ ଆହତ

ଆମେରିକା: ଆମେରିକାର ୩ ଶହ ବର୍ଷ ଇତିହାସରେ ପ୍ରଥମ । ନିର୍ବାଚନରେ ପରାଜୟ ବରଣ କରିଥିବା ଜଣେ ରାଷ୍ଟ୍ରପତି ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନୁହନ୍ତି । ତାଙ୍କ ସମର୍ଥକମାନେ ଆମେରିକା ସଂସଦକୁ ଘେରାଉ କଲେ । ଟ୍ରମ୍ପଙ୍କ ସମର୍ଥକ ସଂସଦରେ ମଧ୍ୟ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଆଲୋଚନା ଚାଲିଥିବା ବେଳେ ସମର୍ଥକମାନେ ପ୍ରବେଶ କରିଥିଲେ ।

ସୁରକ୍ଷାକର୍ମୀମାନେ ସମର୍ଥକଙ୍କୁ ବାହାରକୁ ଆଣିଥିଲେ । ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା ଓ ହିଂସା ଯୋଗୁ ପରିସ୍ଥିତି ବିଗିଡିବାରେ ଲାଗିଛି । ଓ୍ଵାଶିଂଟନ ଡିସିରେ କର୍ଫ୍ୟୁ ଲଗାଯାଇଛି । ସଂଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି । ଟ୍ରମ୍ପ ସମର୍ଥକ ଓ ପୋଲିସ ମଧ୍ୟରେ ହୋଇଥିବା ହିଂସାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

rallyସୁରକ୍ଷା କାରଣରୁ କ୍ୟାପିଟାଲ ବିଲଡିଂ ବନ୍ଦ କରି ଦିଆଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଟ୍ରମ୍ପଙ୍କୁ ଆହ୍ଵାନ କରି ଜୋ ବାଇଡେନ୍‌ କରିଛନ୍ତି, ସମ୍ବିଧାନକୁ ରକ୍ଷା କରିବା ସହ ଏପରି ଘେରାବନ୍ଦୀଙ୍କୁ ବନ୍ଦ କରନ୍ତୁ । ଟ୍ରମ୍ପଙ୍କ ସମର୍ଥକମାନେ ଦେଶଦ୍ରୋହ ପରି କାମ କରୁଛନ୍ତି ବୋଲି ବାଇଡେନ୍‌ କହିଛନ୍ତି । ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ୧୨ ଘଣ୍ଟା ପାଇଁ ଲକ୍‌ କରିଦିଆଯାଇଛି । ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ହଟାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.