ଦେଶ ବିଦେଶ

ଫିଫା ବିଶ୍ୱକପରେ ମୋରୋକ୍କୋ ଠାରୁ ବେଲଜିୟମ ହାରିବା ପରେ ସହରରେ ଦଙ୍ଗା, କାର ଓ ସ୍କୁଟରରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ

କତାରରେ ଚାଲିଥିବା ‘ଫିଫା’ ବିଶ୍ବକପ୍‌ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ମୋରୋକ୍କୋ ଠାରୁ ବେଲ୍‌ଜିୟମ ହାରିଯିବା ପରେ ଦଙ୍ଗା ସୃଷ୍ଟି ହୋଇଛି। ବେଲଜିୟମର ରାଜଧାନୀ ବ୍ରସେଲ୍‌ଜ୍‌ରେ ଲୋକେ ଗୋଟିଏ କାର୍‌ ଓ କେତୋଟି ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲଗାଇ ପୋଡିଦେଇଛନ୍ତି। ଏହି ଘଟଣାରେ ବେଲଜିୟମ ପୋଲିସ ଜଣଙ୍କୁ ଗିରଫ କରିବା ସହିତ ୧୨ଜଣଙ୍କୁ ଅଟକ ରଖିଛି। ଏହାଛଡ଼ା, ସେମାନେ କେତେକ କାର୍‌ ଉପରକୁ ଟେକାପଥର ଫିଙ୍ଗିଛନ୍ତି ଓ ଅନ୍ୟାନ୍ୟ ଯାନବାହନ ଓଲଟାଇ ପକାଇଛନ୍ତି।

ବେଲଜିୟମର ରାଜଧାନୀର ଅନେକ ସ୍ଥାନରେ ଫୁଟବଲ ପ୍ରଶଂସକ ମୋରୋକ୍କୋର ଜାତୀୟ ପତାକା ଘୋଡାଇ ହୋଇ ଦଙ୍ଗା ଆରମ୍ଭ କରିଦେଇଥିଲେ। ଏମାନଙ୍କୁ ଆୟତ୍ତ କରିବା ପାଇଁ ପୋଲିସ ସେମାନଙ୍କ ଉପରକୁ ପାଣିମାଡ କରିବା ସହିତ ଲୁହବୁହା ଗ୍ୟାସ୍‌ ମଧ୍ୟ ଛାଡିଥିଲା । ପୋଲିସ ପ୍ରବକ୍ତା ଇଲ୍‌ଜି ଭେନ୍‌ ଡି କିୟିର୍‌ କହିଛନ୍ତି, ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ପରିସ୍ଥିତି ଶାନ୍ତ ପଡ଼ିଥିଲା, କିନ୍ତୁ ଦଙ୍ଗା ହୋଇଥିବା ଅଞ୍ଚଳରେ ପାଟ୍ରୋଲିଂ ଅବ୍ୟାହତ ରହିଥିଲା।
ଦଙ୍ଗାକାରୀମାନେ ଦହନଶୀଳ ବିସ୍ଫୋରକ, ହାତରେ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଓ ଲାଠି ବ୍ୟବହାର କରିବା ସହିତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାଜପଥରେ ନିଆଁ ଜାଳିଥିଲେ ବୋଲି ପୋଲିସ କହିଛି । ଏହି ଘଟଣା ନିଆଁରେ ଜଣେ ସାମ୍ବାଦିକଙ୍କ ମୁହଁ ବି ପୋଡ଼ିଯାଇଛି। ପରିସ୍ଥିତି ଅଣାୟତ୍ତ ହେବା ଯୋଗୁଁ ପୋଲିସ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା।

ସୂଚନାଯୋଗ୍ୟ, ରବିବାର ଦିନ ‘ଏଆଇ ଷ୍ଟାଡିୟମ୍‌’ରେ ‘ଦ୍ବିତୀୟ ଗ୍ରୁପ୍‌ ଏଫ୍‌’ ମୁକାବିଲାରେ ମୋରୋକ୍କୋଦଳ ବେଲ୍‌ଜିୟମ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରିଥିଲା। ଏହି ପରାଜୟକୁ ସହଜରେ ଗ୍ରହଣ ନ କରିପାରି ଲୋକେ ଦଙ୍ଗା କରିଥିଲେ । ବିଶ୍ୱକପ ଇତିହାସରେ ମୋରୋକ୍କୋର ଏହା ତୃତୀୟ ବିଜୟ। ପ୍ରଥମ ବିଜୟ ୧୯୯୮ରେ ହୋଇଥିଲା। ଯେଉଁଥିରେ ମୋରୋକ୍କୋ ସ୍କଟଲାଣ୍ଡକୁ ୩-୦ରେ ହରାଇଥିଲା ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago