ଝିଅକୁ ହୋଇଥିବା ଅସଦାଚରଣର ଅଭିଯୋଗ ଥାନାରେ କରିଥିଲା ବାପା, ସେଥିପାଇଁ ବାପାକୁ ଗୁଳିକରି ମାରିଲା ଅଭିଯୁକ୍ତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ହାଥରସରେ ଝିଅ ବିରୋଧରେ ହୋଇଥିବା ଅସଦାଚରଣ ମାମଲାରେ ଅଭିଯୋଗ କରିବା ଜଣେ ପାଇଁ ମହଙ୍ଗା ପଡିଛି । ଜିଲ୍ଲାର ନୌଜରପୁର ଗାଁରେ ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ମିଶି ୫୨ ବର୍ଷୀୟ ପୀଡିତାଙ୍କ ବାପାଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ମୃତକଙ୍କ ଝିଅ ୬ଜଣଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ।

ଘଟଣା ମୁତାବକ, ମୃତକ ହେଉଛନ୍ତି ଅମରୀଶ ଶର୍ମା । ସେ ଜଣେ କୃଷକ । ୨୦୧୮ ମସିହା ଜୁଲାଇ ୧୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୌରବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଗୌରବ ତାଙ୍କ ଘରେ ପସି ଝିଅଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ୧୫ ଦିନ ଜେଲରେ ମଧ୍ୟ ରହିଥିଲା । ସେବେଠାରୁ ସେ ପ୍ରତିଶୋଧ ନିଆଁରେ ଜଳୁଥିଲା । ପ୍ରତିଶୋଧ ନେବାକୁ ଯାଇ ଗୌରବ ରାଗିଯାଇ ଅମରୀଶ ବିଲରେ ୪ଟା ବେଳେ ଆଳୁ ଖୋଳିବା ସମୟରେ ଅଭିଯୁକ୍ତ ଜଣକ ଆଖିବୁଜା ଗୁଳିମାଡ କରିଥିଲା। ଫଳରେ ଅମରୀଶଙ୍କ ଦେହରେ ଗୁଳିବାଜିଥିଲା।

ଘଟଣାକୁ ନେଇ ଅମରୀଶଙ୍କ ଝିଅ ପ୍ରିୟଙ୍କା ଥାନାରେ ଏଫଆଇଆର ଦେଇଛନ୍ତି । ଏଫଆଇଆରରେ ଗୌରବଙ୍କ ସମେତ ରୋହତାସ ଶର୍ମା, ନିଖିଲ ଶର୍ମା ଓ ଲଳିତ ଶର୍ମାଙ୍କ ନାଁ ରହିଛି । ତେବେ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.