ଜଗନମୋହନ ରେଡ୍ଡି ଏବଂ ଚନ୍ଦ୍ରବାବୁ ନାଇଡୁ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ପଥର ମାଡ଼ କଲେ, ଗାଡିରେ ନିଆଁ ଲଗାଇଲେ, ୧୪୪ ଧାରା ଲାଗୁ କଲା ପୋଲିସ

ଆନ୍ଧ୍ରପ୍ରଦେଶର ପଲ୍‌ନାଡୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ତୁମୂଳକାଣ୍ଡ ଘଟିଛି । ଫଳରେ ପୋଲିସ ୧୪୪ ଧାରା ଜାରି କରିଛି। ଉଭୟ ପକ୍ଷରୁ ପଥରମାଡ ହୋଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଦଳର ମାଚର୍ଲା ଦାୟିତ୍ବରେ ଥିବା ଜୁଲାକାନ୍ତି ବ୍ରହ୍ମା ରେଡ୍ଡୀଙ୍କ ନେତୃତ୍ବରେ ‘ତେଲୁଗୁ ଦେଶମ୍ ପାର୍ଟି’(TDP)ର ସମର୍ଥକମାନେ ‘ଇଧେମି କର୍ମା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବେଳେ ସଂଘର୍ଷ ଘଟିଛି।

ପଲ୍‌ନାଡୁ ଏସପି ଓ୍ଵାଇ ରବିଶଙ୍କର କହିଛନ୍ତି, ପଲ୍‌ନାଡୁ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ‘ୱାଇଏସ୍ଆର୍ସିପି’ ଓ ‘ଟିଡିପି’ କର୍ମୀମନେ ପରସ୍ପରକୁ ଟେକାପଥର ଓ ଲାଠିଦ୍ବାରା ଆକ୍ରମଣ କରିବାରୁ ଅନେକ ଆହତ ହୋଇଛନ୍ତି। ଏହି ସମୟରେ ଉଭୟ ଦଳର କର୍ମୀ କିଛି ଗାଡି ଜାଳିଦେବା ସହ ଅନେକ ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି । ଘଟଣା ବିଷୟରେ ଜାଣିବା ପରେ ବଡ ସଂଖ୍ୟାରେ ପୋଲିସ ଘଟଣାସ୍ଥଳରେ ପହଞ୍‌ଚିଥିଲା।


ଏଥିରେ ସାମିଲ ଲୋକଙ୍କୁ ପୋଲିସ ଅଟକ ରଖିଛି । ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାସହ ସହରରେ ୧୪୪ ଧାରା ଲାଗୁ କରାଯାଇଛି । ଗତ ୨୦/୩୦ ବର୍ଷ ହେବ ଏ ଅଞ୍ଚଳରେ ଏଭଳି ଗୋଷ୍ଠୀ ସଂଘର୍ଷ ଲାଗି ରହିଛି। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ସଂଘର୍ଷରେ ଜଡିତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.