କୁକୁରକୁ କମ୍ବଳ ଘୋଡ଼େଇ ସହର ବୁଲାଉଛନ୍ତି ରିକ୍ସାବାଲା, ଦେଖନ୍ତୁ ଭାଇରାଲ ଫଟୋ

ସାରା ଭାରତରେ ଏବେ ଶୀତର ଲହରୀ ଜାରି ରହିଛି। ବିଶେଷ କରି ଉତ୍ତର ଭାରତରେ ଏବେ ଥଣ୍ଡା ଯୋଗୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କିନ୍ତୁ ଏହି ଶୀତ ଭିତରେ ଏବେ ଏକ କୁକୁରର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହା ସହଜରେ ଲୋକଙ୍କ ହୃଦୟକୁ ତରଳାଇ ଦେବ। ଏହି ଫଟୋରେ କମ୍ବଳରେ ଘୋଡ଼ାହୋଇଥିବା ଏକ କୁକୁର ରିକ୍ସାରେ ବସିଥିବା ଦେଖିବାକୁ ମିଳିଛି। କୁକୁରଟି କେବଳ ବସିନି ରିକ୍ସାବାଲା ତାକୁ ସହର ସାରା ବୁଲାଉଛନ୍ତି ମଧ୍ୟ। ଭିଡିଓକୁ ହୟାତ୍‌ ନାମକ ଆକାଉଣ୍ଟରୁ ଟ୍ଵିଟରରେ ସେୟାର କରାଯାଇଛି। ଏହାକୁ ଲୋକମାନେ ମଧ୍ୟ ଖଉବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।


ଏହି ଭାଇରାଲ ଫଟୋରେ ଏକ ରିକ୍ସାବାଲା ନିଜ ରିକ୍ସାର ପଛ ସିଟ୍‌ରେ କୁକୁରକୁ ବସାଇଥିବା ନଜର ଆସିଛି। ଥଣ୍ଡାରୁ ମୁକ୍ତି ପାଇଁ ରିକ୍ସାଚାଳକ କୁକୁରକୁ ଏକ କମ୍ବଳ ମଧ୍ୟ ଘୋଡ଼େଇ ଦେଇଛନ୍ତି। ଏହି ଫଟୋଟି କେଉଁ ସ୍ଥାନର ତାହା ସଠିକ୍‌ ଭାବେ ଜଣାପଡ଼ିନଥିବା ବେଳେ କେହି କେହି ଏହାକୁ ଦିଲ୍ଲୀର ବୋଲି କହୁଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିସାରିଥିବା ବେଳେ ୨୫୦୦ ଜଣ ରିଟ୍ଵିଟ୍‌ କରିଛନ୍ତି। ତେବେ ଆଜିର ଦୁନିଆରେ ଜଣେ ରିକ୍ସାବାଲାର ଏଭଳି ଜୀବେ ଦୟା ମନୋଭାବକୁ ଲୋକମାନେ ଖୁବ୍‌ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.