ସାମ୍ନାକୁ ଆସିଲା ଭାଇରାଲ୍ ହୋଇଥିବା ଏହି ଫଟୋରେ ବାପା ନିକଟରେ କାନ୍ଦୁଥିବା ପିଲାର ସତ

ଖବର ଏବଂ ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏକ ଫଟୋ ଭାଇରାଲ ହେବାର ଆପଣ ନିଶ୍ଚୟ ଦେଖିଥିବେ। ଏକ ଛୋଟ ଛୁଆ ଶବ ପାଖରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଦାବି ଥିଲାଯେ ଏହି ଛୁଆ ନିଜ ବାପାର ଶବ ପାଖରେ ଛିଡା ହୋଇ କାନ୍ଦୁଥିଲା ଏବଂ ସେହି ଫଟୋକୁ ଦେଖି ବର୍ତ୍ତମାନ ପର‌୍ୟ୍ୟନ୍ତ ସୋସିଆଲ ମିଡିଆ ଦ୍ବାରା ୫୭ ଲକ୍ଷ ଟଙ୍କା ଉକ୍ତ ପରିବାରକୁ ଆସିସାରିଲାଣି। କିନ୍ତୁ ବର୍ତ୍ତମାନ ଏହି ଛୁଆ ଏବଂ ସେହି ସନ୍ଦିଗ୍ଧ ଯାହାର ସେହି ଶବ ଥିଲା ତାଙ୍କର ଅସଲି ସମ୍ପର୍କ ସାମ୍ନାକୁ ଆସିଛି।

ଏହି ଫଟୋରେ ୧୧ ବର୍ଷର ପିଲାଟି ଅନିଲ ନାମକ ବ୍ୟକ୍ତିର ଶବ ପାଖରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। କହିରଖିବୁଯେ ଅନିଲର ଦିଲ୍ଲୀର ଡାବଡିରେ ଲାଟ୍ରିନ ଟାଙ୍କି ସଫା କରିବା ସମୟରେ ରସି ଛିଡି ମଇଳାରେ ପଡି ଯିବାରୁ ସ୍ବାସ ରୂଦ୍ଧରେ ମ୍ରୁତ୍ୟୁ ହୋଇଥିଲା। ସୋସିଆଲ ମିଡିଆ ଏବଂ ସବୁ ସ୍ଥାନରେ ଏହି ଫଟୋ ଭାଇରାଲ ହେବା ପରେ ଅନିଲର ବାପା-ମା’ ସାମ୍ନାକୁ ଆସିଥିଲେ ଏବଂ ସେମାନେ ଏହି ଭାଇରାଲ ଫଟୋ ବିଷୟରେ ବଡ ଖୁଲାସା କରିଥିଲେ।

ଅନିଲର ବାପା-ମା’ କହିଲେଯେ ଅନିଲଙ୍କର ବିବାହ ହୋଇ ନଥିଲା। ସେମାନେ ଏହା ମଧ୍ୟ କହିଲେଯେ ଅନିଲ ଯେଉଁ ମହିଳାଙ୍କ ସହିତ ରହୁଥିଲେ ସେ ତାଙ୍କର ସ୍ତ୍ରୀ ନଥିଲେ, ଏବଂ ଯେଉଁ ଛୁଆ ଅନିଲଙ୍କ ଶବ ପାଖରେ କାନ୍ଦୁଥିବାର ଦେଖିବାକୁ ମିଳୁଛି ସେ ଅନିଲର ପୁଅ ନୁହେଁ। ସେ ସେହି ମହିଳାଙ୍କ ପ୍ରଥମ ସ୍ବାମୀର ପୁଅ ବୋଲି କହିଥିଲେ।

ଏହା ସହ ପଢ଼ନ୍ତୁ : ଗୋଟିଏ ଫଟୋ କୋଟିଏ କଥା, ବାପାଙ୍କ ମୃତ୍ୟୁଦେହ ନିକଟରେ କାନ୍ଦୁଥିବା ପୁଅର ଦୃଶ୍ୟ ତରଳାଇ ଦେଲା ହୃଦୟ, ୨ ଦିନରେ ଆସିଲା ୫୭ଲକ୍ଷ ଟଙ୍କା

ଅନିଲର ପଡୋଶୀ ଏବଂ ସହକର୍ମୀଙ୍କର କହିବାନୁଯାୟୀ ଅନିଲ, ମହିଳା ଏବଂ ତାଙ୍କର ତିନି ଛୁଆ (ସେମାନଙ୍କ ମଧ୍ୟରୁ ଜଣେ ଫଟୋରେ ଦେଖା ଯାଉଛି) ପରିବାର ଭଳି ଗତ ୩ ବର୍ଷ ହେଲା ଏକାଠି ରହୁଥିଲେ। ପଡୋଶୀଙ୍କର ଏହା କହିବା କଥାଯେ ଅନିଲ ଏହି ଛୁଆ ମାନଙ୍କୁ ଜନ୍ମ ନ କରିଥିଲେ ମଧ୍ୟ ସେ ଏମାନଙ୍କୁ ନିଜ ଛୁଆ ବୋଲି ଭାବୁଥିଲେ।

ଜଣେ ସଫା କରୁଥିବା ବ୍ୟକ୍ତି ବିରେନ୍ଦ୍ର ଯିଏକି ନିଜକୁ ଅନିଲଙ୍କ ବନ୍ଧୁ କହୁଥିଲେ, ତାଙ୍କ କହିବା କଥାଯେ ଅନିଲ ତାଙ୍କୁ କହିଥିଲେଯେ ସେ ସେହି ମହିଳାଙ୍କୁ ନିଜ ସ୍ତ୍ରୀ ଏବଂ ତାଙ୍କ ପିଲାଙ୍କୁ ନିଜ ପିଲା ବୋଲି ଭାବୁଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏନଜିଓ ଉଦୟ ଫାଉଣ୍ଡେସନ ଏବଂ କ୍ରାଉଡଫଣ୍ଡିଙ୍ଗ ପୋର୍ଟଲ କେଟ୍ଟୋ ଏକ ଆକାଉଣ୍ଟ କରିଥିଲେ ଏବଂ ୨୫୯୪ ଲୋକ ଦାନ କରିସାରିଛନ୍ତି।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

23 seconds ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

13 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

22 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

26 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

59 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago