ଭିଡିଓ ହେଲା ଭାଇରାଲ୍: ରେଳ ବିଭାଗ ଦେଲା ଡବାରେ ବସି ଝରଣା ଦେଖିବାର ସୁବିଧା, ଆଉ ସିଟରେ ଶୋଇ ଶୋଇ ଗାଧୋଇବାର ମଜା

ବାଙ୍ଗାଲୁରୁ : ଗତ କିଛି ଦିନ ହେବ ମୁମ୍ବାଇରେ ଲଗାତାର ବର୍ଷା ହେବାରେ ଲାଗିଛି । ଏମିତିରେ ମୁମ୍ବାଇରେ ବସବାସ କରୁଥିବା ଲୋକଙ୍କ ପକ୍ଷେ ଘରୁ ବାହାରକୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇପଡିଛି। ରାସ୍ତାରେ ପ୍ରବାହିତ ହେଉଥିବା ପାଣି ଦେଖି ଲୋକଙ୍କ ମୁଣ୍ଡ ଘୁରାଇଦେଉଛି। ଏହି ବର୍ଷା ପାଣି ଯେଉଁଠି ମାୟାନଗରୀର ଚଞ୍ଚଳତାରେ ଏକ ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିଛି ଅନ୍ୟପଟେ ସୋସିଆଲ୍ ମିଡିଆରେ ଭାରତୀୟ ରେଳ ସହିତ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆରେ ଥିବା ସମସ୍ତ ଜନତା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବାବେଳେ ଟ୍ରେନ୍ ରେ ଯାତ୍ରା କରୁଥିବା ଲୋକେ ବହୁ ଅସୁବିଧା ଭୋଗ କରିଛନ୍ତି । କାହିଁକି ନା କେଉଁ ଯାତ୍ରୀ କଣ କେବେ ଭାବିଥିବ କି ଟ୍ରେନର ଏସି କୋଚରେ ଝରଣା ଭଳି ପାଣି ବହିବାକୁ ଲାଗିବ । ଆଜ୍ଞା ହଁ ଏଭଳି ଏକ ଭିଡିଓରେ ଦେଖିବାକୁ ମିଳିଛି କି ହଠାତ୍ ଟ୍ରେନ୍ ମଧ୍ୟରେ ଥିବା ସିଟ୍ ପାଖରୁ ଝରଣା ଭଳି ପାଣି ବାହାରୁଛି । ଏହି ସମୟରେ ପଛପଟୁ କେହି ଜଣେ କହୁଛନ୍ତି କି ‘ଆରେ ବାଥରୁମର ପାଣି ଆସୁଛି’ । ଏହା ଭିତରେ ଆଉ ଜଣେ କହୁଛନ୍ତି କି ‘ଆପଣଙ୍କ ପାଖରେ ମେକାନିକର ନମ୍ବର ନାହିଁ?’

ଦେଖନ୍ତୁ ଭିଡିଓ :


ଏହାସହ ପଢନ୍ତୁ : ମୁମ୍ବାଇ ବିମାନବନ୍ଦରରେ ଭାସୁଛନ୍ତି ମାଛ, କର୍ମଚାରୀଠାରୁ ପାଇଲଟ ସମସ୍ତେ ଭୟଭୀତ

ଏହି ଘଟଣା ବାଙ୍ଗାଲୁରୁ ଠାରୁ ପଟନା ଯାଉଥିବା ଟ୍ରେନ୍ ସଂଘମିତ୍ରା ସୁପର ଫାଷ୍ଟର ଅଟେ । ଏହି ଭିଡିଓରେ ହଇରାଣ କରିବା ଭଳି ଘଟଣା ଏହା କି ଏ ଦୃଶ୍ୟ ହେଉଛି ଫାଷ୍ଟ କ୍ଳାସ୍ ଏସି କୋଚର । ଏହି ଭିଡିଓ ୨୯ ଜୁନ୍ ରେ @RaiSuyagya ନାମକ ଟ୍ବିଟର ୟୁଜର୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.