ଡାଲି ପକା ବିରିଆନି ରେସିପି ସେୟାର କରି ହଟହଟା ହେଲା ଦକ୍ଷିଣ ଆଫ୍ରିକା ୱେବସାଇଟ୍, ଲୋକେ କଲେ ଛି ଛି

ଦକ୍ଷିଣ ଏସିଆର ଏକ ଲୋକପ୍ରିୟ ଖାଦ୍ୟ ହେଉଛି ବିରିଆନି। କୌଣସି ବିବାହ ବ୍ରତ ହେଉକି ଜନ୍ମ ଦିନ ସବୁ ପର୍ବପର୍ବାଣୀରେ ବିରିଆନି ହୋଇଥାଏ। ବିରିଆନି ତିଆରି କରିବାର ଶୈଳୀ ଅନ୍ୟ ଖାଦ୍ୟଠାରୁ ଅଲଗା ହୋଇଥାଏ। ତେବେ ବିରିଆନି ତିଆରି କରି ଏବେ ଏକ ୱେବସାଇଟ ହଟହଟା ହୋଇଥିବା ଖବର ସାମ୍ନାକୁ ଆସିଛି। ଚାରିଆଡୁ ସମାଲୋଚିତ ହେବାପରେ ବାଧ୍ୟ ହୋଇ ୱେବସାଇଟ ତରଫରୁ ଉକ୍ତ ଭିଡ଼ିଓକୁ ଡିଲିଟ କରାଯାଇଥିବା ଜଣାଯାଇଛି।
ରିପୋର୍ଟ ମୁତାବକ ଫୁଡ ୨୪ ନାମକ ଏକ ୱେବସାଇଟ ବିରିଆନି ତିଆରିର ଏକ ଭିଡ଼ିଓ ସେୟାର କରିଥିଲା। ବିରିଆନିରେ ଚାଉଳ କମ ଓ ମସଲାଯୁକ୍ତ ମାଂସ ଅଧିକ ପଡ଼ିଥିଲା। ଭିଡ଼ିଓରେ ଚାଉଳ ସହ ଡାଲି ବି ପଡ଼ିଥିଲା। ମାତ୍ର ସାଧାରଣ ବିରିଆନରେ ଡାଲି ପଡ଼େ ନାହିଁ। ଉକ୍ତ ବିରିଆନିରେ ପିଆଜ, ମାଂସ, ଟମାଟୋକୁ ଭାଜି ଶେଷରେ ଚାଉଳ ଓ ଡାଲି ପକାଇ ରନ୍ଧା ଯାଇଥିଲା।
WATCH!
In celebration of Heritage month we’ve whipped up an easy-to-make, scrumptious biryani that’ll have you coming back for seconds >> https://t.co/5oIFxD8P7H pic.twitter.com/bFA95EhXYE
— food24.com (@food24) September 30, 2020
ଭିଡ଼ିଓଟି ଦେଖିବା ପରେ ଖାଦ୍ୟପ୍ରେମୀମାନେ ରାଗିଯାଇ ଏହାକୁ ବିରୋଧ କରିଥିଲେ। କିଛି ଲୋକ ଏହାର ନାଁ ବିରିଆନି ଦେବାକୁ ବି ମନା କରିଥିଲେ।
I think they’re just wrong at naming ut biryani because its not Biryani. No one adds lentils and these much veggies in biryani. Its a different recipe for something else but not biryani at all.
— Faiza Khan (@faizakhan_) September 30, 2020
ଆଉ ଜଣେ ୟୁଜର ଲେଖିଛନ୍ତି ଆମ ଭାବନା ସହ ଖେଳିବା ବନ୍ଦ କର।
It’s not Biryani. Stop playing eith our emotions. I have not seen anything more scary.
— Waqas Habib Rana (@waqas464) September 30, 2020
ତେବେ ଚାରିଆଡୁ ସମାଲୋଚିତ ହେବା ପରେ ଉକ୍ତ ସାଇଟ କ୍ଷମା ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି।
We’ve heard you. We got it wrong, and we’re sorry.
We will remove the video and would like to make a #BiryaniTogether — to all recipe developers and chefs who would like to work with us on a traditional recipe, please make contact with us and let’s do it #together.
— food24.com (@food24) October 1, 2020