ଶେଷ ଥର ପାଇଁ ଝିଅକୁ କୋଳରେ ଧରି ପାରିଲେନି, ଅନ୍ତିମ ସଂସ୍କାରର ଦିନକ ପରେ ଫେରିଲେ ମଇଦାନକୁ ଆଉ କଲେ ଶତକ

ଆପଣ ତ ଅନେକ ଥର ମାଆର ତ୍ୟାଗ ଆଉ ସ୍ନେହ ବିଷୟରେ ଶୁଣିଥିବେ। କିନ୍ତୁ ଯିଏ ସବୁଠୁ ମୁଖ୍ୟ ଭୂମିକା ନେଇ ଦୃଷ୍ଟି ଆଢ଼ୁଆଳରେ ରହିଯାନ୍ତି ସେ ହେଉଛନ୍ତି ବାପା। ନିଜ ପିଲାଙ୍କ ପାଇଁ ବହୁତ କିଛି କରିଥାନ୍ତି। ଦିନ ଦିନ ରାତି ରାତି କଠିନ ପରିଶ୍ରମ କରି ପରିବାର ଏବଂ ନିଜ ପିଲାର ଭବିଷ୍ୟତ କଥା ଚିନ୍ତା କରି ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି ସେ ହେଉଛନ୍ତି ବାପା। ବାପା, ଏମିତି ଜଣେ ଚରିତ୍ର ଯାହାଙ୍କ ବିନା ସନ୍ତାନର ପରିଚୟ ହଜିଯାଏ। ନିଜ ପିଲାକୁ କଷ୍ଟ ହେଳେ ମା ଭଳି ବାପାଙ୍କୁ ମଧ୍ୟ ସମାନ କଷ୍ଟ ହୁଏ କିନ୍ତୁ ପରଦା ପଛରେ ରହିବା ଭଳି ଲୁଚି ଲୁଚି ଗୁମୁରି ଗୁମୁରି କାନ୍ଦନ୍ତି ବାପା। ମନ ଭିତରେ ବହୁତ କଷ୍ଟ ହୁଏ କିନ୍ତୁ ସବୁ କଷ୍ଟ ଯନ୍ତ୍ରଣାକୁ ଚାପି ରଖି ଉପରେ ହସନ୍ତି ବାପା। ଦେଖାନ୍ତି ତାଙ୍କ ମନ ଭିତରେ ଚାପି ରଖିଥିବା ସେହି ଦୁଃଖକୁ। ତେଣୁ ଆଜି ଆମେ ଆପଣଙ୍କୁ ଜଣେ ବାପାଙ୍କର ଧୈର୍ଯ୍ୟ ଆଉ କର୍ତ୍ତବ୍ୟ ବିଷୟରେ କହିବୁ। ଯାହାକୁ ଶୁଣିବା ପରେ ଆପଣ ସେହି ବାପାଙ୍କୁ ସାଲ୍ୟୁଟ କରିବେ।

ରଣଜୀ ଟ୍ରଫି ପାଇଁ ଗୋଟିଏ ମୁକାବିଲାରେ ବଡୋଦାର ବ୍ୟାଟ୍ସମ୍ୟାନ ବିଷ୍ଣୁ ସୋଲଙ୍କୀ ଶତକ ହାସଲ କରିଦେଲେ। ଆଇ ପରଦିନ ଖେଳ ଶେଷ ହେବା ଭିତରେ ସେ ୧୩୧ ରନ୍‌ କରିଥିଲେ। ତାଙ୍କର ଏହି ରନ୍‌ ପାଇଁ ବଡୋଦାର ଟିମ୍‌ ୪୦୦ ରନ୍‌ ପାଖାପାଖି ପହଁଚିଗଲା। ଶତକ କରିବା ପରେ ମଧ୍ୟ ବିଷ୍ଣୁ ଉତ୍ସବ ପାଳିନଥିଲେ। ବୋଧହୁଏ ତାଙ୍କ ଶରୀର ମଇଦାନରେ ଥିଲା କିନ୍ତୁ ମନ ଝିଅ ପାଖରେ ଥିଲା। ଯିଏ ଏବେ ଆଉ ଏ ଦୁନିଆରେ ନାହିଁ। କିନ୍ତୁ ସେ ଜମା ବି ଭାଙ୍ଗି ପଡିଲେନି ବରଂ ନିଜର ଦୁଇଟି କର୍ତ୍ତବ୍ୟକୁ ଭଲଭାବେ ନିଭାଇଲେ।

solakiପ୍ରଥମେ ଝିଅର ଅନ୍ତିମ ସଂସ୍କାର କଲେ ଆଉ ତାପରେ ନିଜର କର୍ତ୍ତବ୍ୟ ପାଇଁ ମଇଦାନକୁ ଫେରିଲେ। ନିଜ ଝିଅର ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ସୋଲଙ୍କୀ ଚଣ୍ଡିଗଡ ବିରୁଦ୍ଧରେ ମଇଦାନରେ ଧମାଲ ମଚାଇଦେଲେ। ଖେଳର ଦ୍ୱିତୀୟ ଦିନରେ ସେ ୫ମ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ମଇଦାନକୁ ଓହ୍ଲାଇଲେ। ସେ ୧୬୧ ବଲରେ ୧୨ଟି ଚଉକା କରିବା ସହିତ ୧୦୩ ରନ୍‌ କଲେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କିଛି ଦିନ ପୂର୍ବରୁ ଏହି ବ୍ୟାଟ୍ସମ୍ୟାନ ନିଜର ନ୍ୟୁ ବର୍ନ ଝିଅକୁ ହରାଇଛନ୍ତି। ଏହାପରେ ସେ ଝିଅର ଅନ୍ତିମ ସଂସ୍କାରରେ ସାମିଲ ହେଲେ ଏବଂ ତାପରେ ଟିମର ସାଥ୍‌ ଦେବା ପାଇଁ ପୁଣି ଥରେ ମଇଦାନକୁ ଫେରିଲେ।

ଯାହାପରେ ସମସ୍ତେ ଏବେ ବିଷ୍ଣୁ ସୋଲଙ୍କୀଙ୍କୁ ସାଲ୍ୟୁଟ କରୁଛନ୍ତି। ବଡୋଦାର କ୍ରିକେଟ ଆସୋସିଏସନର ସିଇଓ ଟ୍ଵିଟ କରି କହିଛନ୍ତି ଯେ ଜଣେ କ୍ରିକେଟରର କାହାଣୀ। ଯିଏ କିଛି ଦିନ ପୂର୍ବରୁ ନିଜ ଝିଅକୁ ହରାଇଛନ୍ତି। କିନ୍ତୁ ସେ ଝିଅର ଅନ୍ତିମ ସଂସ୍କାର କଲେ ଆଉ ନିଜର ଟିମର ପ୍ରତିନିଧିତ୍ୱ କରିବା ପାଇଁ ମଇଦାନକୁ ଫେରିଲେ। କେବଳ ଏତିକି ନୁହେଁ ମଇଦାନରେ ଶତକ ମଧ୍ୟ ହାସଲ କଲେ।

ଫେବୃୟାରୀ ୧୧ ମଧ୍ୟ ରାତିରେ ବିଷ୍ଣୁଙ୍କର ଏକ ଝିଅ ହେବାର ଖବର ମିଳିଲା। ଘରକୁ ଲକ୍ଷ୍ମୀ ଆସିଛନ୍ତି ଭାବି ପରିବାର ବେଶ୍‌ ଖୁସି ଥିଲେ କିନ୍ତୁ ଏହି ଖୁସି ବେଶି ଦିନ ରହିଲାନାହିଁ। ଜନ୍ମ ହେବାର ମାତ୍ର ୨୪ ଘଣ୍ଟା ଭିତରେ ତାଙ୍କ ଝିଅର ମୃତ୍ୟୁ ଖବର ମିଳିଲା। ସେହି ସମୟରେ ସେ ଟିମ୍‌ ସହିତ ଭୁବନେଶ୍ୱରରେ ଥିଲେ। ଆଉ ଝିଅର ଅନ୍ତିମ ସଂସ୍କାର ପାଇଁ ବୋଡାଦରାକୁ ଫ୍ଲାଇଟ ଧରି ବାହାରିଲେ। ଆଉ ନିଜର କର୍ତ୍ତବ୍ୟ ସାରି ୩ ଦିନ ପରେ ପୁଣି ଟିମ୍‌ ସହ ମଇଦାନକୁ ଓହ୍ଲାଇଲେ।। ବାସ୍ତବରେ ଜଣେ ବାପା ପାଇଁ ଏହା କେତେ ଯେ କଷ୍ଟଦାୟକ ଆଉ ଯନ୍ତ୍ରଣାଦାୟକ ସ୍ଥିତି ତାହା କେବଳ ସେହି ବାପା ହିଁ ଜାଣନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.