ଉଡ଼ିବ ନାହିଁ ଭିସ୍ତାରା, ସେପ୍ଟେମ୍ୱର 3ରୁ ବନ୍ଦ ରହିବ ଟିକେଟ ବୁକିଂ

ଦେଶର ତୃତୀୟ ବୃହତ୍ତମ ବିମାନ ହେଉଛି ଭିସ୍ତାରା । ଏହା ନଭେମ୍ବର ୧୧ ତାରିଖରେ ଶେଷ ବିମାନ ଚଳାଚଳ କରିବ । ଏହାର କାରଣ ହେଉଛି ସିଙ୍ଗାପୁର ଭିତ୍ତିକ ଏୟାରଲାଇନ୍ସ ର ୟୋର ଅଣ୍ଡିଆ ସହ ମିଶ୍ରଣ ଚୁଡାନ୍ତ ହୋଇଛି । ନଭେମ୍ବର ୧୨ ତାରିଖରୁ ସମସ୍ତ ଭିସ୍ତାରା ବିମାନ ବର୍ତମାନ ୟୋର ଇଣ୍ଡିଆ ଦ୍ୱାରା ପରିଚାଳିତ ହେବ । ଏଥିପାଇଁ ଟିକେଟ୍ ବୁକିଂ ଏୟାର ଇଣ୍ଡିଆ ଓ୍ଵବସାଇଟ୍ ମାଧ୍ୟମରେ କରାଯାଇପାରିବ । ଆଜି ଏହି ସୂଚନା ଭିସ୍ତାରା ପକ୍ଷରୁ ସୂଚନା ମିଳିଛି । ଭିସ୍ତାରା ୨୦୧୩ରେ ଆରମ୍ଭ ହୋଇଥିଲା । ପୂର୍ବ-ମଧ୍ୟ ଏସିଆ ଏବଂ ୟୁରୋପରେ ଆନ୍ତର୍ଜାତୀୟ ଉଡ଼ାଣ ସହିତ ଏହା ଭାରତର ଅଗ୍ରଣୀ ପୂର୍ଣ୍ଣ ସେବା ପ୍ରଦାନକାରୀ କମ୍ପାନୀ ।
ବିମାନ ପାଇଁ ସେପ୍ଚେମ୍ବର ୩ତାରିଖରୁ ଠପ ରହିବ ବିମାନର ବୁକିଂ । ଚଳିତ ବର୍ଷ ଆରମ୍ଭରେ, ସିଙ୍ଗାପୁରର କମ୍ପିଟିସନ ଆଣ୍ଡ କଞ୍ଜ୍ୟୁମର କମିଶନ ଅଫି ସିଙ୍ଗାପୁର (CCCS) ଏହି ମିଶ୍ରଣକୁ ଅନୁମୋଦନ ଦେଇଥିଲେ । ଏହି ମିଶ୍ରଣ ପରେ ଏୟାର ଇଣ୍ଡିଆ ଗ୍ରୁପ୍ ଦେଶର ଦ୍ୱିତୀୟ ବୃହତ୍ତମ ଘରୋଇ ବିମାନ ଏବଂ ମାର୍କେଟ ଶେୟାର ଦୃଷ୍ଟିରୁ ସର୍ବ ବୃହତ ଅନ୍ତର୍ଜାତୀୟ ବିମାନ ସେବା ହୋଇପାରିଛି । ଏହି ଚୁକ୍ତି ପରେ ସିଙ୍ଗାପୁର ଏୟାରଲାଇନ୍ସ ୨୫୦ ମିଲିୟନ ଡଲାର (ପ୍ରାୟ ୨,୯୬ କୋଟି ଟଙ୍କା) ର ପ୍ରତ୍ୟକ୍ଷ ବିନିଯୋଗ ସହିତ ଏୟାର ଇଣ୍ଡିଆ ଗ୍ରୁପରେ ୨୫.୧% ଅଂଶଧନ ରଖିବ। ନୂଆ ଉଦ୍ୟମରେ ଟାଟା ଗ୍ରୁପ୍ର ଅଂଶଧନ ୭୪.୯% ହେବ।
ଚୁକ୍ତି ପୂର୍ବରୁ ଭିସ୍ତାରାରେ ଟାଟା ସନ୍ସର ଅଶଂଧନ ୫୧% ଏବଂ ସିଙ୍ଗାପୁର ଏୟାରଲାଇନ୍ସର ୪୯% ଥିଲା। ଏବେ ନୂଆ କମ୍ପାନୀ ହେବା ପରେ ଏହା (AAIPL) ହୋଇଛି। ବର୍ଷ ଆରମ୍ଭରେ, ସିଙ୍ଗାପୁରର କମ୍ପିଟିସନ ଆଣ୍ଡ କଞ୍ଜ୍ୟୁମର କମିଶନ ଅଫି ସିଙ୍ଗାପୁର (CCCS) ଏହି ମିଶ୍ରଣକୁ ଅନୁମୋଦନ ଦେଇଥିଲେ। ଏହି ମିଶ୍ରଣ ପରେ ଏୟାର ଇଣ୍ଡିଆ ଗ୍ରୁପ୍ ଦେଶର ଦ୍ୱିତୀୟ ବୃହତ୍ତମ ଘରୋଇ ବିମାନ ଏବଂ ମାର୍କେଟ ଶେୟାର ଦୃଷ୍ଟିରୁ ସର୍ବ ବୃହତ ଅନ୍ତର୍ଜାତୀୟ ବିମାନ ସେବା ହୋଇପାରିଛି ।