ପୁଟିନଙ୍କ ଦେହ ଭୀଷଣ ଖରାପ, ବାତିଲ କଲେ ବାର୍ଷିକ ପ୍ରେସ୍‌ ମିଟ୍‌ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ପୁଟିନଙ୍କ ଦେହ ଭୀଷଣ ଖରାପ ଥିବା ଜଣାଯାଇଛି । ଠିକ ରହୁନି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା । ୟୁକ୍ରେନ ରୁଷ୍‌ ଯୁଦ୍ଧ ମଧ୍ୟରେ ପୁଟିନଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପୁଟିନଙ୍କ ସ୍ୱସ୍ଥ୍ୟାବସ୍ଥାକୁ ନେଇ ଅନେକ କଥା ଆସୁଥିବାବେଳେ କିଛି ଘଟଣାକ୍ରମକୁ ଏହାକୁ କୋରାକ ଯୋଗାଉଛି। ରୁଷରେ ବର୍ଷ ଶେଷକୁ ହେବାକୁ ଥିବା ବାର୍ଷିକ ପ୍ରେସ୍‌ ମିଟ୍‌କୁ ବାତିଲ କରିଦେଇଛନ୍ତି ପୁଟିନ ।

କାରଣ ଏହି ସମୟ ମଧ୍ୟରେ ସେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ଯେଉଁଥି ପାଇଁ ପୁଟିନଙ୍କ ସ୍ୱାସ୍ଥ୍ୟ ଠିକ୍‌ ନଥିବା କଥା ସାମନାକୁ ଆସିଛି। ତେଣୁ ବର୍ଷ ଶେଷକୁ ହେବାକୁ ଥିବା ବାର୍ଷିକ ପ୍ରେସ୍‌ ମିଟ୍‌ ଓ ଅନେକ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ରୁଷ ରାଷ୍ଟ୍ରପତି । ବାର୍ଷିକ ପ୍ରେସ୍‌ ମିଟ୍‌ ରଦ୍ଦ ହେବା ପଛରେ ୨ଟି କାରଣ ଥିବା କୁହାଯାଉଛି । ଗୋଟିଏ ଯୁଦ୍ଧରେ ରୁଷ ଖରାପ ସ୍ଥିତିରେ ରହିଛି ଅନ୍ୟଟି ଦେହ ଭୀଷଣ ଖରାପ । ପୂର୍ବରୁ ପୁଟିନ କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଖବର ଆସିଥିଲା।

ମୁହଁର ରଙ୍ଗ ଫିକା ପଡ଼ିଥିବା ଖବର ଆସିଥିଲା । ତେବେ ଗତ ୧୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପୁଟିନ କୌଣସି ରୋଗରେ ପଡିଥିବା ନେଇ ଅଧିକ ଚର୍ଚ୍ଚା ହେଉଛି । ବାର୍ଷିକ ପ୍ରେସ୍‌ ମିଟ୍‌ ବାତିଲ ହେବା ପରେ କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସକୋଭ ପ୍ରତିକ୍ରିୟା ରଖିଛନ୍ତି ଯେ ଖୁବ ଶୀଘ୍ର ପୁଟିନ ପ୍ରେସ୍‌ ସହ କଥା ହେବେ । ତେବେ ଡିସେମ୍ବରରେ କୌଣସି ମିଡିଆ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ରୁଷ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

ଦ୍ୱିତୀୟରେ ପୁଟିନ କୌଣସି ଅଜ୍ଞାତ ରୋଗରେ ପୀଡିତ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଖବର ସାମନାକୁ ଆସୁଛି । ଏପ୍ରିଲରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ୨୦୧୬ରୁ ୨୦୧୯ ଯାଏ ପୁଟିନଙ୍କ ଡାକ୍ତରୀ ଟିମ୍‌ ସହ ଥାଇରଏଡ କ୍ୟାନସର ସର୍ଜନ ବି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.