କ୍ରିମିଆ ପାଇଁ ପୁଣି ପରମାଣୁ ଯୁଦ୍ଧର ଚେତାବନୀ ଦେଲା ମସ୍କୋ
ପୁଣି ପରମାଣୁ ଯୁଦ୍ଧର ଚେତାବନୀ ଦେଲା ମସ୍କୋ। ୟୁକ୍ରେନକୁ ଚେତାବନୀ ଶୁଣାଇଲେ ରୁଷ ସୁରକ୍ଷା ପରିଷଦ ଉପାଧ୍ୟକ୍ଷ ଦିମିତ୍ରି ମେଦଭେଦେଭ। କ୍ରିମିଆ ଦଖଲ ପାଇଁ ଉଦ୍ୟମ ହେଲେ ପରମାଣୁ ଅସ୍ତ୍ରରେ ଜବାବ ଦେବ ମସ୍କୋ। ରୁଷର କୌଣସି ଅଞ୍ଚଳ ଉପରେ ଆକ୍ରମଣ ହେଲେ ରୁଷର ସ୍ଥିତି ପ୍ରତି ଏହା ବିପଦ ବୋଲି ବିଚାର କରାଯିବ।

ନୂଆଦିଲ୍ଲୀ : ପୁଣି ପରମାଣୁ ଯୁଦ୍ଧର ଚେତାବନୀ ଦେଲା ମସ୍କୋ। ୟୁକ୍ରେନକୁ ଚେତାବନୀ ଶୁଣାଇଲେ ରୁଷ ସୁରକ୍ଷା ପରିଷଦ ଉପାଧ୍ୟକ୍ଷ ଦିମିତ୍ରି ମେଦଭେଦେଭ। କ୍ରିମିଆ ଦଖଲ ପାଇଁ ଉଦ୍ୟମ ହେଲେ ପରମାଣୁ ଅସ୍ତ୍ରରେ ଜବାବ ଦେବ ମସ୍କୋ। ରୁଷର କୌଣସି ଅଞ୍ଚଳ ଉପରେ ଆକ୍ରମଣ ହେଲେ ରୁଷର ସ୍ଥିତି ପ୍ରତି ଏହା ବିପଦ ବୋଲି ବିଚାର କରାଯିବ।
ଏଭଳି ସ୍ଥିତିରେ ଯେକୌଣସି ଅସ୍ତ୍ର ବ୍ୟବହାର କରାଯିବ ବୋଲି ମେଦଭେଦେଭ କହିଛନ୍ତି। ପ୍ରତିଦିନ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ୟୁକ୍ରେନରେ ପହଞ୍ଚୁଛି। ପ୍ରତିଦିନ ପରମାଣୁ ଯୁଦ୍ଧ ଆଡ଼କୁ ବିଶ୍ୱ ଅଗ୍ରସର ହେଉଛି। ମେଦଭେଦେଭ କହିଛନ୍ତି ଏହାର ଅର୍ଥ ନୁହେଁ ଯେ ପରମାଣୁ ଯୁଦ୍ଧ ହେବ । କିନ୍ତୁ ପ୍ରଳୟ ଆଡ଼କୁ ଗତି କରୁଛି ବିଶ୍ୱ ।