ନ୍ୟୁଜଲାଣ୍ଡର ହ୍ବାଇଟ୍ ଦ୍ବୀପରେ ଫାଟିଲା ଆଗ୍ନେୟଗିରି, ଜଣେ ମୃତ ,୨୦ ଆହତ

ନ୍ୟୁଜଲାଣ୍ଡର ହ୍ବାଇଟ୍ ଆଇଲାଣ୍ଡରେ ହଠାତ୍ ଫାଟିଲା ଆଗ୍ନେୟଗିରି । ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଘଟିବା ସମୟରେ ଏହି ଆଇଲାଣ୍ଡରେ ପାଖାପାଖି ୧୦୦ ଜଣ ଲୋକ ରହିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

blast

ନ୍ୟୁଜଲାଣ୍ଡର ହ୍ବାଇଟ୍ ଆଇଲାଣ୍ଡ ସବୁବେଳେ ନିର୍ଜନ ରହିଥାଏ। ଏହା ମୁଖ୍ୟ ଭୂମିଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତି। ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଘଟଣାଟି ସ୍ଥାନୀୟ ସମୟ ୨.୧୦ରେ ଘଟିଥିଲା। ଏହା ନ୍ୟୁଜଲାଣ୍ଡର ସବୁଠାରୁ ଅଧିକ ସକ୍ରିୟ ଆଗ୍ନେୟଗିରି । ଏହି ଆଗ୍ନେୟଗିରିର ୭୦ ପ୍ରତିଶତ ଭାଗ ସମୁଦ୍ର ଭିତରେ ରହିଥାଏ। ସୂଚନାଯୋଗ୍ୟ, ୧୯୧୪ରେ ଏହି ଦ୍ବୀପରେ ସଲଫର ପାଇଁ ଖନନ ସମୟରେ ୧୨ ଜଣ ଲୋକ ମରିଥିଲେ। ୧୯୨୦ରେ ହୋଇଥିବା ଖନନ ସମୟରେ ବାହାରିଥିବା ଭଗ୍ନାବଶେଷ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରିଥାଏ। ଏହି ଦ୍ବୀପକୁ ୧୯୫୩ରେ ଏକ ପର୍ଯ୍ୟଟକ ସ୍ଥଳୀର ମାନ୍ୟତା ମିଳିଥିଲା। ପ୍ରତିବର୍ଷ ଏଠାକୁ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ଆଗ୍ନେୟଗିରିକୁ ଦେଖିବା ପାଇଁ ଆସନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.