ଦେଶ ବିଦେଶ

ପୁଟିନଙ୍କ ସହ କୌଣସି ସାଲିସ କରିବୁନି, ଆଲୋଚନା ବେଳେ ମୋଦିଙ୍କୁ ଏମିତି କହିଲେ ଜେଲେନ୍‌ସ୍କି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍‌ ଯୋଗ କଥା ହୋଇ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ମୋଦି କହିଛନ୍ତି, ସାମରିକ ଯୁଦ୍ଧ ସମାଧାନର ବାଟ ନୁହେଁ। ଆଣବିକ ପ୍ରତିଷ୍ଠାନ ଉପରେ ବିପଦ ବିନାଶ ଉପୁଜାଇପାରେ। ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଣବିକ ଧମକ ମଧ୍ୟରେ ଏହି ବୟାନକୁ ଗୁରୁତ୍ୱ ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ମୋଦି ଏବଂ ଜେଲେନସ୍କି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ଏ ଅବସରରେ କେବଳ କଥାବାର୍ତ୍ତା ବା କୂଟନୀତି ମାଧ୍ୟମରେ ମାମଲା ସମାଧାନ ହୋଇପାରିବ ବୋଲି ମୋଦି ଦୋହରାଇ ଥିବା ଜଣାଯାଇଛି।

ଏହି ବିବାଦକୁ ଶୀଘ୍ର ଶେଷ କରିବା ଏବଂ କଥାବାର୍ତ୍ତା ଓ କୂଟନୈତିକ ପଥରେ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଯେକୌଣସି ପ୍ରକାର ଶାନ୍ତି ପ୍ରୟାସରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ମିଳିତ ଜାତିସଂଘର ଚାର୍ଟର, ଅନ୍ତର୍ଜାତୀୟ ଆଇନ ଏବଂ ସମସ୍ତ ଦେଶର ଆଞ୍ଚଳିକ ଏକତା ତଥା ସାର୍ବଭୌମତ୍ୱକୁ ସମ୍ମାନର ଗୁରୁତ୍ୱକୁ ଦୋହରାଇଛନ୍ତି।

ଏହି ଆଲୋଚନା ସମୟରେ ମୋଦି ୟୁକ୍ରେନ ସମେତ ପରମାଣୁ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ପରମାଣୁ ପ୍ରତିଷ୍ଠାନ ପ୍ରତି ବିପଦ ଜନସ୍ୱାସ୍ଥ୍ୟ, ପରିବେଶ ଉପରେ ଦୂରଗାମୀ ତଥା ଭୟଙ୍କର ପ୍ରଭାବ ପକାଇପାରେ। ରୁଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ସବୁଠାରୁ ଉଦବେଗଜନକ ମୁକାବିଲା ପଏଣ୍ଟ ଭାବରେ ଉଭା ହୋଇଛି, ଯାହା ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇଛି। ପ୍ଲାଣ୍ଟ ଉପରେ ହୋଇଥିବା ଆକ୍ରମଣ ପାଇଁ ରୁଷ ଏବଂ ୟୁକ୍ରେନ ପରସ୍ପରକୁ ଦାୟୀ କରିଛନ୍ତି। ଅନ୍ୟପଟେ ପୁଟିନଙ୍କ ସହ କୌଣସି ସାଲିସ କରାଯିବନି ବୋଲି ଜେଲେନସ୍କି କହିଛନ୍ତି।

ପ୍ରକାଶ ଯେ ଏହା ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ର। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଲୁହାନସ୍କ, ଡୋନେଟସ୍କ, ଖେରସନ ଏବଂ ଜାପୋରିଜିୟା ଅଞ୍ଚଳର ମିଶ୍ରଣ ଦାବି କରିଛନ୍ତି।

Also Read: ନବୀନଙ୍କ ‘ମିଶନ ଶକ୍ତି’ ପୂରଣ କରିବ କି ମହାତ୍ମାଗାନ୍ଧିଙ୍କ ସ୍ୱରାଜ ଗ୍ରାମ ଗଠନ ସ୍ୱପ୍ନ !

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

25 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

27 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

34 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

43 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago