ଭୋଟଦାନ କଲେ ୫୦ ଟଙ୍କା ରିହାତିରେ ମିଳିବ ଚିକେନ୍‌

ଚେନ୍ନେ : ନିର୍ବାଚନ ସମୟରେ ସାଧାରଣ ଜନତାଙ୍କୁ ଭୋଟ ଦେବା ପାଇଁ ସଚେତନ କରିବା ନିମନ୍ତେ ବିଭିନ୍ନ ପ୍ରଚାର କରାଯାଉଛି । ଏଥି ପାଇଁ ତାମିଲନାଡୁର ଚେନ୍ନେର ଏକ ଚିକେନ ଦୋକାନୀ ଅଭିନବ ଅଫର ଲାଗୁ କରିଛନ୍ତି । ଦୋକାନୀ ଜଣଙ୍କ ଭୋଟ ଦେବା ପରେ ଚିକେନ୍‌ କିଣିବା ଦ୍ୱାରା ଏକ କିଲୋ ଚିକେନରେ ୫୦ ଟଙ୍କା ରିହାତି ମିଳିବ କହିଛନ୍ତି । ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର‌୍ୟ୍ୟନ୍ତ ମତଦାନ ଚାଲିଥିବା ବେଳେ ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର‌୍ୟ୍ୟୟର ମତଦାନ ହେବ ବୋଲି କୁହାଯାଉଛି ।

chicken

ଏହି ଅଫର ନେଇ ଦୋକାନୀ ଜଣଙ୍କ ନିଜ ଦୋକାନ ବାହାରେ ଏକ ବ୍ୟାନର ଟାଙ୍ଗିଛନ୍ତି । ଏଥିରେ ଲେଖାଯାଇଛି ଲୋକତନ୍ତ୍ର ଅନ୍ତର୍ଗତ ଭୋଟାଦାନ କରି ଆସିବା ଲୋକଙ୍କୁ ୧୮ ଏପ୍ରିଲ ଦିନ ଏକ କିଲୋ ଚିକେନରେ ୫୦ ଟଙ୍କା ରିହାତି ମିଳିବ ।