କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଚାଲିଛି ଭୋଟ ଗଣତି

ଆଜି ସକାଳ ୮ଟାରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଅପରାହ୍ନ ଗୋଟାଏ ବେଳକୁ ପ୍ରାୟ ସମସ୍ତ ଆସନରୁ ସ୍ପଷ୍ଟ ଚିତ୍ର ଆସିଯାଇଥିବ। ତେବେ  ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ଫଳାଫଳ ଆଜି ସାମ୍ନାକୁ ଆସିବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ନିର୍ବାଚନ କମିସନଙ୍କ ଅନୁସାରେ ଏଥର କର୍ଣ୍ଣାଟକରେ ରେକର୍ଡ ମତଦାନ ହୋଇଛି । ୩୮ ବର୍ଷର ରେକର୍ଡ ଭାଙ୍ଗି ପୁଣି ଥରେ ଲଗାତର କ୍ଷମତା ରିପିଟ୍ କରିପାରିବ କି ବିଜେପି । ନା ଦକ୍ଷିଣର ଦ୍ବାର ଦେଶ କୁହାଯାଉଥିବା କର୍ଣ୍ଣାଟକରେ ବିଜେପି ଗାଦି ହରାଇ ବସିବ । ନିର୍ବାଚନରେ କଂଗ୍ରେସ ବାଜି ମାରିବ ନେବ କି ? ଆଜି ୨୨୪ ଆସନର ଫଳାଫଳ ଆସିବ । ମେ ୧୦ ତାରିଖରେ ୨୨୪ ବିଧାନସଭା ଆସନ ପାଇଁ ଭୋଟ ପଡିଥିବା ବେଳେ ୭୩ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆଉ ଏବେ ଫଳାଫଳକୁ ଚାତକ ଭଳି ଚାହିଁ ରହିଛନ୍ତି ନେତା, ସମର୍ଥକ ଓ ସାଧାରଣ ଜନତା । ଭୋଟ ଗଣତି ପାଇଁ କର୍ଣ୍ଣାଟକରେ ମୋଟ ୩୬ଟି କେନ୍ଦ୍ର କରାଯାଇଛି ।

କଡା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମରୁ ଇଭିଏମ ଆସିବା ପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣନା । ଅପରାହ୍ଣ ସୁଦ୍ଧା କର୍ଣ୍ଣାଟକର ଜାନଦେଶ କାହାକୁ ମିଳିବ ହୁଏତ ସ୍ପଷ୍ଟ ହୋଇଯାଇପାରେ । ଭୋଟ ଗଣତି ଓ ଫଳାଫଳ ଆସିବା ପୂର୍ବରୁ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଯାଇଛନ୍ତି ।ସେପଟେ ବିଜେପି ମଧ୍ୟ ଅଧିକ ଆସନରେ ବିଜୟୀ ସମ୍ଭାବନା ଥିବାରୁ, ରାଜ୍ୟରେ ଝୁଲା ସରକାର ହେବା ଆଶଙ୍କା କରାଯାଉଛି । ଏଣୁ ବିଜେପି ଓ କଂଗ୍ରେସ ପକ୍ଷରୁ କୁମାରସ୍ୱାମୀଙ୍କୁ ଜେଡିଏସ ସହ କଥାବାର୍ତା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

୨୦୧୮ରେ ବିଜେପି ସର୍ବବୃହତ୍ତ ଦଳ ଭାବେ ୧୦୪ଟି ଆସନ ଜିତିଥିଲା। ଅବଶ୍ୟ ଦଳ ମ୍ୟାଜିକ ନମ୍ବର ଠାରୁ ୯ଟି ଆସନ କମ ପାଇଥିଲା। କଂଗ୍ରେସ ୭୮ଟି ଓ ଜେଡିଏସ୍‌ ୩୭ଟି ଆସନ ଦଖଲ କରିଥିଲେ। ଏହି ଦୁଳ ମେଣ୍ଟ କରି ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିଥିଲେ। ଜେଡିଏସର ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ସରକାର ମାତ୍ର ବର୍ଷକ ପାଇଁ କାମ କରିଥିଲା। କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ଦଳ ଛାଡ଼ିବାରୁ କୁମାରସ୍ୱାମୀ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.