ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌, ମୈଦାନରେ ଅଛନ୍ତି ୨୩୯ ପ୍ରାର୍ଥୀ

ଜମ୍ମୁ ଓ କଶ୍ମୀର ନିର୍ବାଚନରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି। ୬ଟି ଜିଲ୍ଲାରେ ୨୬ଟି ଆସନ ପାଇଁ ହେଉଛି ଭୋଟିଂ । ସେଥିରେ ରହିଛି ଜମ୍ମୁର ୧୧ଟି ଓ କାଶ୍ମୀରର ୧୫ଟି ଆସନ । ମୈଦାନରେ ଅଛନ୍ତି ୨୩୯ ପ୍ରାର୍ଥୀ । ରାଜୌରୀ, ପୁଞ୍ଚ ଓ ରାଇସି ଭଳି ଅଂଚଳରେ ଭୋଟିଂ ଚାଲିଛି । ଏହି ତିନିଟି ଅଂଚଳରେ ଗତ କିଛି ମାସ ହେଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିଛି । ତେଣୁ ଏହି ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପର୍ଯ୍ୟାୟରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ରବୀନ୍ଦ୍ର ରାଇନାଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଗଣ୍ଡେରବାଲ ଓ ବୁଡଗାଁଓ ଦୁଇଟି ଆସନରୁ ଲଢୁଛନ୍ତି ଓମାର ଅବଦ୍ଦୁଲା । ରାଜୌରୀ ଜିଲ୍ଲାର ନୌସେରାରୁ ଲଢୁଛନ୍ତି ରବୀନ୍ଦ୍ର ରାଇନା ।

ରାଜ୍ୟରେ ବିଜେପି, ପିଡିପି, କଂଗ୍ରେସ- ନ୍ୟାସନାଲ କନଫରେନ୍ସ ମେଣ୍ଟ ମଧ୍ୟରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି । ମେଣ୍ଟ ବୁଝାମଣା ଅନୁଯାୟୀ ଏହି ୨୬ଟି ଆସନ ମଧ୍ୟରୁ ନ୍ୟାସନାଲ କନଫରେନ୍ସ ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୬ଟି ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ଏହି ପର୍ଯ୍ୟାୟରେ ବିଜେପି ୧୭ଟି ଆସନରେ ପ୍ରାର୍ଥୀ ଦେଇଛି । ଜମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି କାରଣ ଏହି ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ୯୮ ରହିଛି । ସେପ୍ଟେମ୍ୱର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତାଦାନ ହୋଇଥିଲା । ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ ତାରିଖରେ ହେବ । ଅକ୍ଟୋବର ୮ରେ ଗଣତି ହେବ ।

You might also like