ନୂଆଦିଲ୍ଲୀ : ନେତା ବାଛୁଛି ଜମ୍ମୁ-କଶ୍ମୀର। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୭ ଜିଲ୍ଲାର ୪୦ଟି ବିଧାନସଭା ଆସନରେ ଭୋଟିଂ ଚାଲିଛି । ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଛି । ଜମ୍ମୁର୨୪ ଓ କାଶ୍ମୀରର ୧୬ ସିଟ ରହିଛି । କୁପଓ୍ୱାଡ଼ା, ସୋପୋର, ବାରମୁଲ୍ଲା, ଗୁଲମର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ୱେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ କଡା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ଛଅଟା ଯାଏ ଚାଲିବ । ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୯ ଲକ୍ଷରୁ ଅଧିକ ଭୋଟର ।
ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ନିର୍ବାଚନ ଦୌଡ଼ରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ, ବିଜେପିର ରାଜୀବ ଶର୍ମା, ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସତୀଶ ଶର୍ମା, ନରିନ୍ଦର ସିଂ ଭାଇ, କଂଗ୍ରେସର ରମଣ ଭଲ୍ଲା, ପୂର୍ବତନ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସାମଲାଲ ଶର୍ମା, ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ଅଜୟ ସା ସାଧୋତ୍ରା ଅଛନ୍ତି।
ସେହିପରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ବାସୋଲି ଚୌଧୁରୀ ଲାଲ ସିଂ, ବିଜେପିର ଦର୍ଶନ ସିଂ, ପୂର୍ବତନ ମନ୍ତ୍ରୀ ହର୍ଷଦେବ ସିଂ, ବିଜେପି ପ୍ରାର୍ଥୀ ବଳବର ସିଂ ଡେମୋକ୍ରାଟିକ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ପ୍ରାର୍ଥୀ ଗୁଲାବ ନବୀ ଆଜାଦ୍ ଏହି ଦୌଡରେ ସାମିଲ ଅଛନ୍ତି ।
ଜମ୍ମୁ ଓ କଶ୍ମୀରର ୯୦ ଆସନ ପାଇଁ ଗତ ୧୮ ଓ ୨୫ ତାରିଖରେ ଦୁଇଟି ପର୍ଯ୍ୟାୟ ଭୋଟିଂ ସରିଛି । ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୭ ପ୍ରତିଶତ ଭୋଟିଂ ହୋଇଛି । ଆସନ୍ତା ୮ ତାରିଖରେ ଫଳାଫଳ ଆସି ବ।