କାହାର ହେବ ଦିଲ୍ଲୀ ? ବିଧାନସଭା ନିର୍ବାଚନ ପାଇଁ ସକାଳ ୭ରୁ ମତଦାନ ଜାରି

କାହାର ହେବ ଦିଲ୍ଲୀ ? କିଏ ଗଢିବ ସରକାର? କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଥିବା ବେଳେ ଏଥର ଦିଲ୍ଲୀ ଦିଲ୍ଲୀ ଛଡ଼ାଇ ନେବାକୁ ବଳ ଲଗାଇଛି ବିଜେପି । ତେବେ ଦିଲ୍ଲୀ କାହାର, ଆଜି ଫଇସଲା କରିବେ ଜନତା । ଦିଲ୍ଲୀର ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାତା ବାଛିବେ ନେତା । ୧୩ ହଜାର ୭୬୬ଟି ବୁଥରେ ୧ କୋଟି ୫୬ ଲକ୍ଷ ମତଦାତା ନିଜ ମତ ସାବ୍ୟସ୍ତ କରୁଛନ୍ତି । ୮୩ ଲକ୍ଷ ୭୬ ହଜାର ପୁରୁଷ ଭୋଟର, ୭୨ ହଜାର ୩୬ ଲକ୍ଷ ମହିଳା ଭୋଟର ଓ ୧ହଜାର ୨୬୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ମୈଦାନରେ ଅଛନ୍ତି ବିଭିନ୍ନ ଦଳର ୬୯୯ ଜଣ ପ୍ରାର୍ଥୀ । ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହେଉଥିଲେ ବି ମୁଖ୍ୟତଃ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଟକ୍କର ହେଉଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋ ଇସଂଧ୍ୟା ୬ଟା ଯାଏଁ ଚାଲିବ । ଦିଲ୍ଲୀର କିଛି ହାଇପ୍ରୋଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ନୂଆଦିଲ୍ଲୀ ବିଧାନସଭା ଆସନରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ନେତା ପରଭେଶ ବର୍ମା ।
ସେହିପରି କାଲକାଜି ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତା ରମେଶ ବିଧୁରୀ ଓ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ତାଙ୍କୁ ଟକ୍କର ଦେଉଛନ୍ତି । ଜଙ୍ଗପୁର ଆସନରୁ ମନୀଶ ସିସୋଦିଆ ଆପ୍ ପ୍ରାର୍ଥୀ ହୋଇଛନ୍ତି । ୨୦୨୦ ନିର୍ବାଚନରେ ଆମ ଆଦମୀ ପାର୍ଟି ୬୨ଟି ଆସନ ଏବଂ ୨୦୧୫ରେ ୬୭ ଆସନ ଜିତି ସରକାର ଗଢିଥିଲା । ଏଥର ସରକାରକୁ ଆସିବା ପାଇଁ ବିଜେପି ପୂରା ଦମ ଲଗାଇ ଦେଇଛି । ୨୫ ବର୍ଷ ଧରି ଭୋକିଲା ରହିଛି ବିଜେପି ।
ଆହୁରି ପଢନ୍ତୁ : କିଏ ପ୍ରସ୍ତୁତ କରୁଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକା ? ଗୋଟେ ତାଲିକାରେ ୪ର୍ଥ ସ୍ଥାନ, ଅନ୍ୟରେ ଶ୍ରେଷ୍ଠ…