ଭୋଟ ଦେଉଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଡ଼ା ସୁରକ୍ଷାରେ ମତଦାନ ଚାଲିଛି । ସକାଳ ୭ଟାରୁ ଅପରାହଣ ୫ଟା ଯାଏ ଭୋଟ ନିଆଯିବ । ଗୋଟିଏ ପର୍ଯାୟରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଭୋଟିଂ ହେଉଛି । ବହୁ ହେଭିୱେଟଙ୍କ ସମେତ ୪ ହଜାର ୧୩୬ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା ହେବ । ବିଭାଜନ ପରେ ଶିବସେନା ଓ ଏନସିପିର ଦୁଇ ଗୋଷ୍ଠୀ ପାଇଁ ଏହି ନିର୍ବାଚନ ଲିଟମସ ଟେଷ୍ଟ ହେବ।
ସେପଟେ ଦ୍ବିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୩୮ ଆସନରେ ଚାଲିଛି ମତଦାନ। ୫୨୮ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଏମାନଙ୍କ ମଧ୍ୟରେ ଅଛନ୍ତି ୫୫ ଜଣ ମହିଳା ପ୍ରାର୍ଥୀ । ୧୪ହଜାର ୨୧୮ବୁଥରେ ଏକ କୋଟି ୨୪ଲକ୍ଷ ମତଦାତା ମତଦାନ କରିବେ । ସେଥିମଧ୍ୟରେ ୬୨ଲକ୍ଷ ୯୦ହଜାର ପୁରୁଷ ଓ ୬୧ ଲକ୍ଷ ମହିଳା ଭୋଟର । ଆଜି ବହୁ ହେଭିୱେଟଙ୍କ ଭାଗ୍ୟ ଇଭିଏମରେ ସିଲ ହେବ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ସହ ଉତ୍ତର ପ୍ରଦେଶର ୯ ଓ ରାଜସ୍ଥାନର ୭ଟି ବିଧାନସଭା ଆସନରେ ହେଉଛି ଉପନିର୍ବାଚନ । ଆସନ୍ତା ୨୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।