ଜାଣନ୍ତୁ, କିଏ ଥିଲେ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ, ୧୩୪ ବର୍ଷ ପୂର୍ବେ କିପରି ହୋଇଥିଲା ଚୟନ

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦଳ ଅନିଶ୍ଚିତତା ମଧ୍ୟରେ ରହିଛି। କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏଭଳି ସ୍ଥିତିରେ କହିବାକୁ ଗଲେ, ଦଳ ଏବେ ନୂଆ ଅଧ୍ୟକ୍ଷ କାହାକୁ ଚୟନ କରିବ, ତାହା କହିବା ମୁସ୍କିଲ। ଏହି ପ୍ରସଙ୍ଗରେ ଆମେ ଆପଣଙ୍କୁ କଂଗ୍ରେସର ପ୍ରଥମ ଅଧ୍ୟକ୍ଷଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ନାଁ ବ୍ୟୋମେଶ ଚନ୍ଦ୍ର ବାନାର୍ଜୀ ଥିଲା। ୧୯୦୬ ଜୁଲାଇ ୨୧ରେ ତାଙ୍କର ଦେହାନ୍ତ ହୋଇଥିଲା।

ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ ‘କଂଗ୍ରେସ’ ୧୮୮୫ ଡିସେମ୍ବର ୨୮ରେ ସ୍ଥାପିତ ହୋଇଥିଲା। ୭୨ଜଣ ସଦସ୍ୟଙ୍କ ଉପସ୍ଥିତିରେ ବ୍ୟୋମେଶ ଚନ୍ଦ୍ର ବାନାର୍ଜୀଙ୍କୁ କଂଗ୍ରେସର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ତାଙ୍କର ଜନ୍ମ ୧୮୪୪ ଡିସେମ୍ବର ୨୯ରେ କଲିକତାର ଏକ ଉଚ୍ଚ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ବାପା କଲିକତା ଉଚ୍ଚ ନ୍ୟାୟାଳୟରେ ଜଣେ ଆଇନଜୀବୀ ଥିଲେ। ସେ କଲିକତା ବିଶ୍ବବିଦ୍ୟାଳୟର ପ୍ରେସିଡେଣ୍ଟ ଅଫ୍ ଲ’ ଫାକଲ୍ଟି ଅଧ୍ୟକ୍ଷ ମଧ୍ୟ ରହିଥିଲେ।

ଏହାସହ ପଢ଼ନ୍ତୁ: ବାହାଘରରେ ଖାଦ୍ୟ ନଷ୍ଟ କଲେ ସରକାର ଲଗାଇବେ ଲକ୍ଷାଧିକ ଟଙ୍କା ଜରିମାନା, ଏବେଠୁ ହୋଇଯାଆନ୍ତୁ ସତର୍କ

ବ୍ୟୋମେଶ ବ୍ରିଟିଶ ଚାଲିଚଳଣରେ ବିଶ୍ବସ୍ତ ଅନୁଗାମୀ ଥିଲେ। ଏପରି କି, ସେ ନିଜ ପାରିବାରିକ ନାମ ‘ବାନାର୍ଜୀ’କୁ ଇଂରାଜୀକରଣ କରି ‘ବୋନର୍ଜୀ’ କରିଦେଇଥିଲେ ଏବଂ ପୁଅର ନାମ ‘ଶେଲି’ ରଖିଥିଲେ, ଯାହାକି ଇଂଲିଶରେ ଅଧିକ ପ୍ରଚଳିତ ଥିଲା।

୧୮୮୫ରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ହୋଇଥିବା ପ୍ରଥମ ଅଧିବେଶନରେ ବ୍ୟୋମେଶ ଅଧ୍ୟକ୍ଷ ଭାବେ ଚୟନ ହୋଇଥିଲେ। ଏହାପରେ ୧୮୯୨ରେ ପୁଣି ତାଙ୍କୁ ଦ୍ବିତୀୟ ଥର ପାଇଁ ଆହ୍ଲାବାଦରେ ହୋଇଥିବା ଅଧିବେଶନରେ ଅଧ୍ୟକ୍ଷ କରାଯାଇଥିଲା। ୧୯୦୨ ମସିହାରେ ସେ ଇଂଲଣ୍ଡ ଯାଇ ସେଠାରେ ବସବାସ କରିଥିଲେ। ୧୯୦୬ରେ ଜୀବନର ଅନ୍ତିମ ସମୟରେ ମଧ୍ୟ ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲେ। ତାଙ୍କର ମ୍ତ୍ୟୁ ଇଂଲଣ୍ଡରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.