ସଂସଦରେ ଆଗତ ହେଲା ୱାକଫ୍ ବୋର୍ଡ ସଂଶୋଧନ ବିଲ୍, ବିରୋଧ କଲେ ବିରୋଧୀ

ସଂସଦରେ ଆଗତ ହେଲା ୱାକଫ୍ ବୋର୍ଡ ସଂଶୋଧନ ବିଲ୍ । ଲୋକସଭାରେ ବିଲ୍ ଆଗତ କଲେ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଲ୍ କୁ ବିରୋଧ କରିଛନ୍ତି ବିରୋଧୀ । ପର୍ଲ୍ୟାମେଣ୍ଟ ଷ୍ଟାଣ୍ଡିଂ କମିଟିକୁ ବିଲ୍ ପଠାଇବାକୁ ଦାବି କରିଥିଲେ ବିରୋଧୀ । ବିଲ୍ ଆଗତ ହେବା ପରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି ଏହି ବିଲ୍ ସ୍ବତନ୍ତ୍ର ଭାବେ ମହରାଷ୍ଟ୍ର ଓ ହରିଆଣା ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି।

ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ଉପରେ ଏହା ଏକ ଆକ୍ରମଣ। ଆମେ ହିନ୍ଦୁ ହେଲେ ମଧ୍ୟ ଅନ୍ୟ ଧର୍ମକୁ ସମ୍ମାନ ଦେଉ ବୋଲି ବେଣୁ ଗୋପାଳ କହିଛନ୍ତି। ଏହି ବିଲ୍ କିଭଳି ମୁସଲିମ ବିରୋଧୀ ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ଏନଡିଏ ସାଂସଦ। ୱାକଫ୍ ବୋର୍ଡର ସମ୍ପତ୍ତି ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବା ନେଇ ଏହି ବିଲ୍ ରେ ପ୍ରାବଧାନ ରହିଛି। ସେହିପରି ୱାକଫ୍ ବୋର୍ଡରେ ମିହଳାଙ୍କ ପ୍ରତିନିଧିତ୍ବ ପାଇଁ ରହିଛି ବ୍ୟବସ୍ଥା।

You might also like